ଚଳିତ ବର୍ଷ ଟ୍ରାକକୁ ଫେରୁଛି ଅର୍ଥନୀତି, ସନ୍ତୋଷଜନକ GST ସଂଗ୍ରହ

1 min read

ଭୁବନେଶ୍ୱର: କରୋନା ସଂକଟରେ ଟ୍ରାକ୍‌କୁ ଫେରୁଛି ଅର୍ଥନୀତି । ମେ ମାସରେ ସନ୍ତୋଷଜନକ ଜିଏସଟି ସଂଗ୍ରହ । ପୂର୍ବବର୍ଷ ତୁଳନାରେ ୯୦ ପ୍ରତିଶତ ବୃଦ୍ଧି । ୨୦୨୧ ମେ ମାସରେ ସଂଗ୍ରହ ହୋଇଛି 827 କୋଟି ଜିଏସଟି । ଯାହା ପୂର୍ବ ବର୍ଷ ତୁଳନାରେ ୯୦ ପ୍ରତିଶତ ଅଧିକ । 2020 ମେ’ରେ ଏହା 440 କୋଟି ଥିଲା । ସେହିପରି 2019 ମେ ମାସରେ 589 କୋଟି ଟଙ୍କା ଆଦାୟ ହୋଇଥିଲା । ଏହାକୁ ତୁଳନା କଲେ 40 ପ୍ରତିଶତ ବୃଦ୍ଧି ହୋଇଛି ଜିଏସଟି ସଂଗ୍ରହ ।

ଅନ୍ୟପଟେ ଆୟକର ରିଟର୍ଣ୍ଣ ଦାଖଲ ସମୟ ବୃଦ୍ଧି କରାଯାଇଥିବାରୁ ଆହୁରି ଅର୍ଥ ସଂଗ୍ରହର ସୁଯୋଗ ରହିଛି । ପେଟ୍ରୋଲ VAT ଓ ଏକ୍ସାଇଜ ସଂଗ୍ରହ ବି ଭଲ ହୋଇଛି । ତେବେ ଏପ୍ରିଲ ମାସ GST ସଂଗ୍ରହ ସହ ତୁଳନା ଠିକ ନୁହେଁ । ଏପ୍ରିଲ ମାସରେ ପ୍ରତି ବର୍ଷ ଅଧିକ ସଂଗ୍ରହ ହୋଇଥାଏ । କାରଣ ଆର୍ଥିକବର୍ଷ ଶେଷ ଓ ନୂଆ ଆର୍ଥିକ ବର୍ଷର GST ସଂଗ୍ରହର ଏହା ମିଶ୍ରିତ ପ୍ରଭାବ ଯୋଗୁ 1130 କୋଟି ହୋଇଥିଲା । ଆଗାମୀ ମାସରେ ଅଧିକ GST ସଂଗ୍ରହର ସୁଯୋଗ ରହିଥିବା ଅର୍ଥନୈତିକ ସମୀକ୍ଷକ କହିଛନ୍ତି ।

ଏପ୍ରିଲ ତୁଳନାରେ ମେ ମାସରେ କେନ୍ଦ୍ର ସରକାର 40ହଜାର କୋଟି କମ GST ସଂଗ୍ରହ କରିଛନ୍ତି । ସେହି ହିସାବରେ GST ଭରଣା ବାବଦରେ ଓଡ଼ିଶା ବି କମ ପାଇବ । ତେବେ ଗତବର୍ଷ ମେ ମାସର ରାଜସ୍ୱ ସଂଗ୍ରହକୁ ତୁଳନା କଲେ, ଓଡ଼ିଶା 22 ପ୍ରତିଶତ ଅଧିକ ସଂଗ୍ରହ କରିଛି । ଏଥିରେ କେନ୍ଦ୍ର ଅଧିକ ଦେବା ପରିବର୍ତ୍ତେ 11 ପ୍ରତିଶତ ଭରଣା କମ କରିଛି । ତେବେ ଗତ ବର୍ଷ ମେ ତୁଳନାରେ ରାଜ୍ୟ ଅଧିକ ରାଜସ୍ୱ ସଂଗ୍ରହ କରିବାର କାରଣ ଅଣ-ଟିକସ ବାବଦ ରାଜସ୍ୱ । ଯେଉଁଥିରୁ ରାଜ୍ୟ 181 ପ୍ରତିଶତ ଅଧିକ ପାଇଛି ।

Leave a Reply