ସ୍ୱଚ୍ଛତାରେ ଅଧିକ ଉନ୍ନତି କରିଛି ଓଡ଼ିଶା, ଦିଲ୍ଲୀରେ ପୁରସ୍କୃତ ହେଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର : ସ୍ୱଚ୍ଛତାରେ ଆଗକୁ ବଢ଼ୁଛି ଓଡ଼ିଶା । ଦିଲ୍ଲୀରେ ‘ସ୍ୱଚ୍ଛତାରେ ଅଧିକ ଉନ୍ନତି କରିବା ବଡ଼ ରାଜ୍ୟ’ କ୍ୟାଟେଗୋରୀରେ ଇଣ୍ଡିଆ ଟୁଡେ ଗ୍ରୁପ୍ ପକ୍ଷରୁ ଓଡ଼ିଶା ସରକାର ସମ୍ମାନୀତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ପଞ୍ଚାୟତିରାଜ, ପାନୀୟ ଜଳ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀରେ ପୁରସ୍କାର ଗ୍ରହଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ମନ୍ତ୍ରୀ ଶ୍ରୀ ଜେନାଙ୍କୁ ସମ୍ମାନ ପ୍ରଦାନ କରିଥିଲେ ।


ଇଣ୍ଡିଆ ଟୁଡେ ଗ୍ରୁପର ଷ୍ଟେଟ୍ ଅଫ୍ ଦ ଷ୍ଟେଟ୍ସ କନକ୍ଲେଭ୍ ନୂଆଦିଲ୍ଲୀର ଆଇଟିସି ମୌର୍ଯ୍ୟା ହୋଟେଲରେ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ଶ୍ରୀ ଜେନା ଏଥିରେ ଯୋଗଦେଇ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସମଗ୍ର ଦେଶରେ ବିକାଶ ଓ ଅଭିବୃଦ୍ଧିରେ ଅଗ୍ରସର ହେଉଥିବା କହିଥିଲେ ।


ସ୍ୱଚ୍ଛ, ସବୁଜ, ସୁନ୍ଦର ନୂଆ ଓଡ଼ିଶା ଗଠନ ଦିଗରେ ଏଭଳି ପୁରସ୍କାର ବେଶ୍ ସହାୟକ ହୋବ ବୋଲି ଶ୍ରୀ ଜେନା କହିଛନ୍ତି । ଗାନ୍ଧି ଜୟନ୍ତୀରୁ ରାଜ୍ୟର ପ୍ରମୁଖ ସହରରେ ଓଡ଼ିଶା ସରକାର ପଲିଥିନ୍ ବ୍ୟବହାର ବ୍ୟାନ୍ କରିଛନ୍ତି । ଗ୍ରୀନ୍ ମହାନଦୀ ଅଭିଯାନ ଆରମ୍ଭ କରି ପରିବେଶକୁ ସମୃଦ୍ଧ କରିବାରେ ଏକ ଉଲ୍ଲେଖନୀୟ କାର୍ଯ୍ୟ ହାତକୁ ନେଇଛନ୍ତି ସରକାର ।

Leave a Reply