ଜାତୀୟ ଫସଲ ବୀମା ସମ୍ମିଳନୀରେ ଓଡ଼ିଶା ପୁରସ୍କୃତ

କୋଚୀ: ଜାତୀୟ ଫସଲ ବୀମା ସମ୍ମିଳନୀରେ ଓଡ଼ିଶା ପୁରସ୍କୃତ। କେରଳର କୋଚୀଠାରେ ଚାଲିଥିବା ଅଷ୍ଟମ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଜାତୀୟ ସମୀକ୍ଷା ସମ୍ମିଳନୀରେ ସମ୍ମାନିତ ହୋଇଛି ଓଡ଼ିଶା। ଜମିଜମା ପୋର୍ଟାଲ ଭୂଲେଖକୁ ଜାତୀୟ ଫସଲ ବୀମା ପୋର୍ଟାଲ ସହ ସଫଳତାର ପୂର୍ବକ ସଂଯୋଗୀକରଣ ପାଇଁ ଓଡ଼ିଶା ସରକାର ଏହି ପୁରସ୍କାର ପାଇଛନ୍ତି।

ରାଜ୍ୟ ସରକାରଙ୍କ ଏହି ପ୍ରୟାସ ପାଇଁ ଫସଲ ବୀମାରେ ନକଲି ପଞ୍ଜିକରଣ ରୋକାଯାଇ ପାରିଛି । ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ବା ଏନଆଇସି ଓଡ଼ିଶାର ମଧ୍ୟ ଏହି କାର୍ଯ୍ୟକ୍ରମର ସଫଳତାରେ ଅନନ୍ୟ ଭୂମିକା ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ଏହି ପୁରସ୍କାର ଗ୍ରଣ କରିଛନ୍ତି।