ଯମୁନା ପର୍ବତରେ ଶ୍ରୀଜଗନ୍ନାଥ ଓ ବୁଢୀ ଠାକୁରାଣୀଙ୍କ ଚିତ୍ର ଆଙ୍କିଲେ ଓଡିଆ ପୁଅ

ଅନୁଗୁଳ: ପ୍ରଥମ ଓଡିଆ ଭାବେ ହିମାଚଳ ପ୍ରଦେଶର ଯମୁନା ପର୍ବତ ଉପରେ ଜଗନ୍ନାଥ ଓ ବୁଢୀ ଠାକୁରାଣୀଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରକର ରଜତ ନାଥ । ଅନୁଗୁଳ ଜିଲ୍ଲା ଗାଙ୍ଗିଯୋଡି ଗାଁର ରଜତ କୁମାର ନାଥ ଓ ଅନ୍ୟ ଦୁଇ ଓଡିଆଙ୍କ ସହ ଭାରତର ପ୍ରାୟ ୧୦୦ ଜଣ ମାଉଣ୍ଟ ୟୁନୋବ ପର୍ବତାରୋହଣ ପାଇଁ ଯାଇଥିଲେ । ପ୍ରାୟ ୬୧୧୧ ମିଟର ଉପରକୁ ଯିବା ପରେ ପାଗ ଖରାପ ହୋଇଥିଲା । ଆଉ ସେଠାରୁ ଉପରକୁ ଯିବା ଅସମ୍ଭବ ଥିବା ବେଳେ ସେଠାରେ ରଜତ ଆଙ୍କିଥିଲେ ଜଗନ୍ନାଥ ଠାକୁର ଓ ଅନୁଗୁଳର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢୀ ଠାକୁରାଣୀଙ୍କ ଚିତ୍ର । ଯାହାକି ଭାରତ ବର୍ଷର ପ୍ରଥମ ଥର ପାଇଁ ଏତେ ଉଛରେ କେହି ଚିତ୍ରକର ଚିତ୍ର ଆଙ୍କିଥିବା କୁହା ଯାଉଛି । ରଜତ ଜୁନ ୧୧ ତାରିଖରେ ତାଙ୍କର ଏହି ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ସେ ଫେରି ଭୁବନେଶ୍ଵରରେ ପହଞ୍ଚିଛନ୍ତି । ପର୍ବତାରୋହଣ ବେଳେ ଭାରତ ମାତାଙ୍କ ଚିତ୍ର ସହ ତ୍ରିରଙ୍ଗା ଉଡାଇଥିଲେ । ଏହା ସହ ଗୁଡି ମାଧ୍ୟମରେ ମେ ୨୭ ତାରିଖରେ ସଡକ ଦୁର୍ଘଟଣାରେ ସହିଦ ହୋଇଥିବା ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।