OCSକୁ ମିଳିଛି ବ୍ୟାପକ ସଫଳତା, ୨୪୮୮ ଚାକିରୀ ଆଶାୟୀଙ୍କୁ ମିଳିଛି ନିଯୁକ୍ତି

1 min read

ଭୁବନେଶ୍ୱର: ଶୀଘ୍ର ଫଳ ପ୍ରକାଶ ଓ ନିଯୁକ୍ତି ନେଇ ୨୦୨୨ ବର୍ଷରେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ-ଓଏସଏସିକୁ ମିଳିଛି ବ୍ୟାପକ ସଫଳତା । ଗତ ବର୍ଷ  ନିଯୁକ୍ତି ନେଇ ବିଜ୍ଞାପନ ପ୍ରକାଶ ପାଇଥିଲା । ଯେଉଁଥିରେ ମୋଟ ୨୪୮୮ ଜଣ ଚାକିରି ଆଶାୟୀଙ୍କୁ ମିଳିଛି ନିଯୁକ୍ତି । ମୋଟ ୨୦୧୬ରୁ ୨୦୨୨ ମଧ୍ୟରେ ୫୩ଟି ନିଯୁକ୍ତି ପରୀକ୍ଷା କରାଯାଇଥିଲା । ସେଥିରୁ ୨୦୧୬ରେ ୬, ୨୦୧୭ରେ ୮, ୨୦୧୮ରେ ୨, ୨୦୧୯ରେ ୧୬, ୨୦୨୦ରେ ୩, ୨୦୨୧ରେ ୧୪ ଏବଂ ୨୦୨୨ରେ ୨ଟି ସେବାରେ ନିଯୁକ୍ତି ନେଇ ବିଜ୍ଞାପନ ପ୍ରକାଶ ପାଇଥିଲା ।

ନଭେମ୍ବର ରୁ ଡିସେମ୍ବର ୨୦୨୨ ମଧ୍ୟରେ ୫ଟି ମିଳିତ ନିଯୁକ୍ତି ବିଜ୍ଞାପନ ଦିଆଯାଇଥିବାବେଳେ ଆଉ ଗୋଟିଏ ନିଯୁକ୍ତି ନେଇ କ୍ୟାବିନେଟ ମୋହର ମାରିଛି । ଯାହା ଖୁବ ଶୀଘ୍ର ନୋଟିଫିକେସନ ହେବ । ଏଥିପାଇଁ ଅଗଷ୍ଟ ମାସରୁ ପ୍ରତି ଜିଲ୍ଲାରେ ନିଯୁକ୍ତି ପାଇଁ କମ୍ପ୍ୟୁଟର ଦ୍ବାରା ପ୍ରିଲିମିନାରୀ ପରୀକ୍ଷା କରାଯାଇଛି । ଯାହା ପୂର୍ବରୁ ୫ରୁ ୬ ଟି ଜିଲ୍ଲାରେ ଉପଲବ୍ଧ ହେଉଥିଲା । ସେହିପରି ପୂର୍ବରୁ କେବଳ ଇଂରାଜୀ ମାଧ୍ୟମରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଉଥିଲା । ଯାହା ଏବେ ଓଡିଆରେ ମଧ୍ୟ ଉପଲବ୍ଧ ହେଉଛି । ସେହିପରି ୨୦୨୩ ଜାନୁଆରୀରୁ ହେବାକୁ ଥିବା ସବୁ ନିଯୁକ୍ତି ପରୀକ୍ଷା ଓଡିଆ କିମ୍ବା ଇଂରାଜୀରେ ଦେବା ପାଇଁ ପିଲାମାନଙ୍କ ପାଇଁ ଇଚ୍ଛାଧୀନ କରାଯାଇଛି ।

ରେଜଲ୍ଟ ପ୍ରକାଶନ ପରେ ପିଲାମାନଙ୍କ ମାର୍କକ ଅନଲାଇନରେ ବିଜ୍ଞାପିତ କରାଯାଇଛି । ପିଲାମାନେ ନିଜ ଆକାଉଣ୍ଟରେ ନିଜ ମାର୍କକୁ ପରଖି ପାରିଛନ୍ତି । ସେହିଭଳି ୨୦୨୩ରେ ପ୍ରତି କମ୍ପ୍ୟୁଟର ଦ୍ବାରା ପରୀକ୍ଷା କେନ୍ଦ୍ରରେ ଜାମର ବ୍ୟବସ୍ଥା କରାଯିବ । ସାର୍ଟିଫିକେଟ ଭେରିଫିକେସନ ସହ ଅନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ୟୁନିଟ ଟୁ କ୍ୟାମ୍ପସକୁ ସ୍ଥାନାନ୍ତର କରାଯାଇଛି । ସେହିପରି ନଭେମ୍ବର ଓ ଡିସେମ୍ବର ୨୦୨୨ରେ ୧୦ ଟି ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି । ଯେଉଁଥିରେ ୧୦ ହଜାରରୁ ଅଧିକ ନିଯୁକ୍ତି ନେଇ ସୁଯୋଗ ରହିଛି । ଓଏସଏସସି ଏହାକୁ ନ ମାସ କିମ୍ବା ତାଠାରୁ କମ ସମୟ ମଧ୍ୟରେ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖିଛି ।