ଅଲ ଓଡିଶା ନର୍ସିଂ କର୍ମଚାରୀ ଆସୋସିଏସଏନର ନିର୍ବାଚନ ଅନୁଷ୍ଠିତ

ଭୁବନେଶ୍ୱର: ଅଲ ଓଡିଶା ନର୍ସିଂ କର୍ମଚାରୀ ଆସୋସିଏସଏନର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି । ୫ ବର୍ଷ ପରେ ହୋଇଛି ପ୍ରତ୍ଯେକ୍ଷ ନିର୍ବାଚନ । ସଭାପତି, ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ ସମେତ ବିଭିନ୍ନ ପଦବୀ ଲାଗି ନିର୍ବାଚନ ହୋଇଥିଲା ।

କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ଆଶାୟୀ ପ୍ରାର୍ଥୀ ଇସ୍ତାହାର ପ୍ରଦାନ କରିଥିଲେ । ଆଜି ହୋଇଥିବା ମତଦାନରେ ଓଡିଶାର ପ୍ରାୟ ୫ ହଜାର ନର୍ସିଂ କର୍ମଚାରୀ ନିଜର ନିଜର ପସନ୍ଦ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ।