୫ ହଜାର ଟଙ୍କା ଖର୍ଚ୍ଚ କରି କହ୍ନେୟା ହତ୍ୟାକାରୀ ନେଇଥିଲେ ୨୬୧୧ ନମ୍ବର ଗାଡ଼ି

1 min read

ଜୟପୁର : ରାଜସ୍ଥାନ ବହୁ ଚର୍ଚ୍ଚିତ କହ୍ନେୟାଲାଲ ହତ୍ୟା ଘଟଣାରେ ଆସିଲା ଆଉ ଏକ ନୂଆ ଖୁଲାସା । ୫ହଜାର ଟଙ୍କା ଖର୍ଚ୍ଚ କରି ହତ୍ୟାକରୀ  ନେଇଥିଲେ ସ୍ପେଶାଲ ନମ୍ବର ବିଶିଷ୍ଟ ବାଇକ । ଘଟଣାସ୍ଥଳରୁ ଫେରାର ହେବା ପାଇଁ ଆଣିଥିଲେ ଏହି ବାଇକ । ସେହି ବାଇକ ନମ୍ବର ହେଉଛି ୨୬୧୧ । ଏହି ନମ୍ବର ବିଶିଷ୍ଟ ବାଇକ ମୁମ୍ବାଇ ଆତଙ୍କୀ ଆକ୍ରମଣର ତାରିଖ ସହ ମେଳ ଖାଉଛି । ଏବେ ତଦନ୍ତକାରୀ ଟିମ୍ ଏହି ନମ୍ବର ପ୍ଲେଟ ବିଶିଷ୍ଟ ବାଇକ ପଛର ରାଜ ଜାଣିବା ପାଇଁ ଲାଗି ପଡ଼ିଛନ୍ତି ।

ଉଦୟପୁର ଟେଲର କହ୍ନେୟାଲାଲର ହତ୍ୟାଘଟଣାର ଯାଞ୍ଚରେ ଏବେ ପୁରା NIAଟିମ୍ ନିୟୋଜିତ । ଘଟଣାର ସମସ୍ତ ପ୍ରକାର ଯାଞ୍ଚ ପାଇଁ ଏକ ଟିମ୍ ଉଦୟପୁରରେ ପହଞ୍ଚିସାରିଛି । NIA ଅନୁଯାୟୀ ଏହି ଘଟଣାରେ ଆତଙ୍କବାଦୀ ସଂଗଠନର କିଛି ବ୍ୟକ୍ତି ମଧ୍ୟ ସାମିଲ ଥାଇପାରନ୍ତି  । ଯେଉଁଥିରେ ପାକିସ୍ଥାନର ଲିଙ୍କ୍ ମଧ୍ୟ ଜଡିତ ରହିଛି ।ସୂଚନା ମିଳିଛି ଯେ, ଏକ ସ୍ପେଶାଲ ନମ୍ବର ୨୬୧୧ ଯୁକ୍ତ ବାଇକ ପାଇଁ ହତ୍ୟାକାରୀ ମାନେ ଆରଟିଆଇକୁ ୫୦୦୦ଟଙ୍କା ଡ୍ରାଫ୍ଟ ଜମା କରିଥିଲା । ଏବଂ ଏହି ନମ୍ବର  ମୁମ୍ବାଇର ଏକ ଭୟଙ୍କର ଆତଙ୍କ ଘଟଣା ଘଟିଥିବା ଦିନର ତାରିଖ ଅଟେ । ସେଥିପାଇଁ ଏହା ପଛର କାରଣ ପାଇଁ ତଦନ୍ତ ଆରମ୍ଭ ହୋଇଯାଇଛି ।

ଯେଉଁପରି ବିଭତ୍ସଭାବରେ ହତ୍ୟାକାରୀମାନେ କହ୍ନେୟାଲାଲଙ୍କ ହତ୍ୟା କରିଥିଲେ , ତାହା ସାଧାରଣ ହତ୍ୟାଘଟଣା ନୁହେଁ । ଯାଞ୍ଚ ଏଜେନ୍ସିଙ୍କ ଅନୁସାରେ ଏହି ହତ୍ୟାକାଣ୍ଡର ଯୋଜନା ପାକିସ୍ଥାନରୁ ହିଁ କରାଇଥିଲା । ୨ ହତ୍ୟାକାରୀ ନୁପୂର ଶର୍ମାଙ୍କ ବୟାନ ପରେ ହିଁ ପାକିସ୍ଥାନ ଲୋକଙ୍କ ସମ୍ପର୍କରେ ଥିଲେ । ଦୁହେଁ ପାକିସ୍ଥାନର ୮ରୁ ୧୦ଟି ମୋବାଇଲ ନମ୍ବର ଯୋଗେ ଲଗାତାର ସମ୍ପର୍କରେ ରହୁଥିଲେ । ଏପରି ଆତଙ୍କୀକାର୍ଯ୍ୟ କରିବା ପାଇଁ ସେମାନଙ୍କୁ ସେଠାରୁ ହିଁ ନିର୍ଦ୍ଦେଶ ମିଳିଥିଲା । କହ୍ନେୟାଲାଲଙ୍କ ପରେ ଏହି ୨ ହତ୍ୟାକାରୀ ଉଦୟପୁରର ଆଉ ଏକ ବ୍ୟବସାୟୀଙ୍କୁ ହତ୍ୟା କରିଥାନ୍ତେ ।

ହତ୍ୟା ପଛର ମୁଖ୍ୟ ଉଦ୍ଦେଶ୍ୟ ଥିଲା  ଆତଙ୍କୀ ବାତାବରଣ ସୃଷ୍ଟି କରିବା । ଏହା ପୂର୍ବରୁ ହିଁ  ସେମାନେ ନିର୍ଣ୍ଣୟ ନେଇଥିଲେ କି କହ୍ନେୟାଲାଲକୁ ଗୁଳି ନ ମାରି ISIS ପରି ଗଳ କାଟି ହତ୍ୟା କରିବେ ଏବଂ ଏହାର ଭିଡିଓ ବନାଇବେ , ଯାହାକୁ ଦେଖିଲେ ମାନେ ଦେଖଣାହାରୀଙ୍କ ଛାତି ଥରି ଉଠିବ ଏବଂ ସାରା ଦେଶରେ ଆତଙ୍କର ଛାୟା ବନିରହିବ । କହ୍ନେୟାଲାଲଙ୍କ ପରେ ନୁପୂର ଶର୍ମାଙ୍କ ପୋଷ୍ଟରେ ସମର୍ଥନ ଦେଖାଇଥିବା ଆହୁରି ଅନେକ ଲୋକ ଏହି ହତ୍ୟାକାରୀଙ୍କ ନଜରରେ ଥିଲେ । ଆହୁରି ଏମାନେ  ଏପରି ଧାରୁଆ ହତିଆର ମଧ୍ୟ ବନାଇ ଥିଲେ ଯାହା ଦ୍ବାରା ଥରକରେ ହିଁ ମୁଣ୍ଡରୁ ଶରୀର ଅଲଗା କରିହେବ । ହତ୍ୟାକାଣ୍ଡ ପରେ  ସେମାନଙ୍କର ଆଜମେରକୁ ଫରାର ହେବାକୁ ପ୍ଲାନ ଥିଲା  । ହେଲ ଏହା ପୂର୍ବରୁ ସେମାନଙ୍କୁ ପୋଲିସ କାବୁ କରିନେଇଥିଲା।