ଦେବ୍ରୀଗଡ଼କୁ ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା, ସ୍ଥାନାନ୍ତର ହେଲେ ୪୫ ପରିବାର

ନନ୍ଦିଘୋଷ ବ୍ୟୁରୋ: ଦେବ୍ରିଗଡ଼କୁ ମିଳିଲା ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା । ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ଏନଟିସିଏ । ଏଭଳି ଘୋଷଣା ପରେ ୨ ମାସ ମଧ୍ୟରେ ଶେଷ ହେବ ସର୍ଭେ କାମ । ୮୦୪ ଦଶମିକ ୫୧ ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ହେବ ପ୍ରକଳ୍ପ । ଶିମିଳିପାଳ ଓ ସାତକୋଶିଆ ପରେ ରାଜ୍ୟର ତୃତୀୟ ବ୍ୟାଘ୍ର ପ୍ରକଳ୍ପ ଭାବେ ଦେବ୍ରିଗଡ଼ ନାଁ ଘୋଷଣା କରାଯାଇଛି । ଏହାଦ୍ବାରା ବାଘକୁ ମିଳିବ ନୂଆ ଠିକଣା ।

ବ୍ୟାଘ୍ର ପ୍ରକଳ୍ପ ପାଇଁ ଦେବ୍ରିଗଡ଼ର ୮ଟି ପରିବାର ଓ ଝାଗଡେ ବେହେରାର ୩୭ ପରିବାରକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ମୋଟ ୪୫ଟି ପରିବାରକୁ ସ୍ଥାନାନ୍ତର କରାଯାଇଛି । ସୁନାବେଡା ଅଭୟାରଣ୍ୟ ଓ ଛତିଶଗଡ଼ର ଉଦନ୍ତି ସୀତାନଦୀକୁ ବ୍ୟାଘ୍ର ପ୍ରକଳ୍ପକୁ ସଂଯୋଗ କରୁଛି ଦେବ୍ରିଗଡ଼ ବ୍ୟାଘ୍ର ପ୍ରକଳ୍ପ । ସେହିପରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ମଧ୍ୟ ସଂଯୋଗ କରୁଛି ଦେବ୍ରିଗଡ଼ ।