ଏବେ ଆପଣ ବି ଜମ୍ମୁକଶ୍ମୀରରେ କିଣିପାରିବେ ଜମି, ବିଜ୍ଞପ୍ତି ଜାରି କରି ଜଣାଇଲା କେନ୍ଦ୍ର ଗୃହ ମନ୍ତ୍ରାଳୟ…

1 min read

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର ସ୍ୱତନ୍ତ୍ର ରାଜ୍ୟପାହ୍ୟା ଉଚ୍ଛେଦ କରାଯିବା ପରେ ସ୍ୱତନ୍ତ୍ର ରାଜ୍ୟକୁ ନେଇ ଥିବା ସବୁ ପ୍ରାବଧାନର ମଧ୍ୟ ଅନ୍ତ ଘଟିଥିଲା । କେନ୍ଦ୍ର ଶାସିତ ଅଞ୍ଚଳ ଭାବେ କଶ୍ମୀର ଏକ ନୂଆ ବ୍ୟବସ୍ଥାକୁ ଦେଖିବା ଆରମ୍ଭ କରିଛି । ଏହି କ୍ରମରେ କେନ୍ଦ୍ର ସରକାର କଶ୍ମୀରରେ ଜମି କିଣାବିକାକୁ ସାଧାରଣ ଲୋକଙ୍କ ନିମନ୍ତେ ଖୋଲା କରିଛନ୍ତି । ନୂଆ କଶ୍ମୀରରେ ଯେକୌଣସି ବ୍ୟକ୍ତି ଜମି କିଣାବିକା କରିପାରିବ ।

 

ଏନେଇ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଜମ୍ମୁକଶ୍ମୀରରେ ଜମି କିଣାବିକାକୁ ଅନୁମତି ଥିବା କଥା କୁହାଯାଇଥିବା ବେଳେ କେବଳ ଚାଷ ଜମିକୁ ସୁରକ୍ଷିତ ରଖାଯାଇଛି । ଅର୍ଥାତ୍ କେବଳ ଚାଷ ଜମିକୁ ବାଦ ଦେଇ ଭାରତର ଯେକୌଣସି ପ୍ରାନ୍ତରର ଜଣେ ବ୍ୟକ୍ତି ଜମ୍ମୁକଶ୍ମୀରରେ ଭୂମି କିଣି ପାରିବେ ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହରାଇଥିବା କଶ୍ମୀର; ପ୍ରତିବଦଳରେ କେନ୍ଦ୍ର ସରକାରଙ୍କଠାରୁ ଯେଉଁ ପ୍ରତିଶ୍ରୁତି ପାଇଥିଲେ, ତାହାକୁ ପୂରଣ କରିବା ଦିଗରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କଶ୍ମୀରର ଉପ-ରାଜ୍ୟପାଳ କହିଛନ୍ତି । କମ୍ ସଂଖ୍ୟକ ଔଦ୍ୟୈାଗିକ ବିକାଶ ଦୀର୍ଘ ବର୍ଷ ଧରି କଶ୍ମୀରର ବିକାଶରେ କଣ୍ଟା ହୋଇ ଠିଆ ହୋଇଥିଲା  । ମାତ୍ର ଏବେ ଉଦ୍ୟୋଗିକ ବିକାଶର ରୂପରେଖ ଜମ୍ମୁକଶ୍ମୀରରେ ବଦଳିବା ଆରମ୍ଭ ହେବ ।

ଉଦ୍ୟୋଗ ପାଇଁ ଥିବା ଜମିର କିଣାବିକା ହୋଇପାରିଲେ, ଜମ୍ମୁକଶ୍ମୀର ଉଦ୍ୟୋଗ କ୍ଷେତ୍ରରେ ପ୍ରଗତୀ କରିପାରିବ  ବୋଲି ଉପ-ରାଜ୍ୟପାଳ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜମ୍ମୁକଶ୍ମୀରରେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଥିବା ବେଳେ ସେଠାରେ ରାଜ୍ୟ ବାହାରର ଲୋକେ ଜମି କିଣାବିକା କରିପାରୁନଥିଲେ । ସାମ୍ୱିଧାନିକ  ଧାରା ୩୭୦ ବଳବତ୍ତର ଥିବା ଯୋଗୁଁ  ବାହାର ରାଜ୍ୟର ଲୋକେ କଶ୍ମୀରରେ ଜମି କିଣିପାରୁନଥିଲେ । ତେବେ କେନ୍ଦ୍ର ସରକାରଙ୍କ ପ୍ରୟାସରେ ଗତ ଅକ୍ଟୋବର ୩୧ ତାରିଖରେ ଜମ୍ମୁକଶ୍ମୀରର ସ୍ୱତନ୍ତ୍ର ରାଜ୍ୟପାହ୍ୟା ଉଚ୍ଛେଦ କରାଯାଇଥିଲା ।

Leave a Reply