ସାହିତ୍ୟ ପାଇଁ ନୋବେଲ ପାଇବେ ଅବଦୁଲ ରଜାକ ଗୁର୍‌ନାହ

1 min read

ଷ୍ଟକହୋମ: ସାହିତ୍ୟ ପାଇଁ ନୋବେଲ ଘୋଷଣା   । ୨୦୨୧ ମସିହା ପାଇଁ ବିଶ୍ବର ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ନୋବେଲ ପାଇବେ ତାଞ୍ଜାନିଆ ଔପନ୍ୟାସିକ ଅବଦୁଲ ରଜାକ ଗୁର୍‌ନାହ । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଞ୍ଜାନିଆ ଔପନ୍ୟାସିକ ଅବଦୁଲ ରଜାକ ଙ୍କୁ ଚଳିତ ଥର ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରିଛି ନୋବେଲ ଚୟନ କମିଟି  । 1

948, ତାଞ୍ଜାନିଆର ଜଞ୍ଜିବାରରେ ଅବଦୁଲ ରଜାକ ଗୁର୍‌ନାହଙ୍କ ଜନ୍ମ । ହେଲେ ୬୦ ଦଶନ୍ଧିର ଶେଷରେ ସେ ଜଣେ ଶରଣାର୍ଥୀ ଭାବରେ ଇଂଲଣ୍ଡ ପଳାଇ ଆସିଥିଲେ । ଅବସର ପୂର୍ବରୁ ରଜାକ କେଣ୍ଟ ବିଶ୍ବବିଦ୍ୟାଳୟ, କ୍ୟାଣ୍ଟରବରୀରେ ଇଂରାଜୀ ଓ ଉତ୍ତର ଔପନିବେଶିକ ସାହିତ୍ୟତ ପ୍ରାଧ୍ୟାପକ ଥିଲେ । ଗୁରନାହଙ୍କ ଚତୁର୍ଥ ଉପନ୍ୟାସ ‘ପାରାଡାଇସ'(1994) ତାଙ୍କୁ ଜଣେ ଲେଖିକ ରୂପେ ପରିଚୟ ପ୍ରଦାନ କରିଥିଲା  ।  ୯୦ ଦଶନ୍ଧି ପାଖାପାଖି ପୂର୍ବ ଆଫ୍ରିକାର ଏକ ଅନୁସନ୍ଧାନ ଯାତ୍ରା ସମୟରେ ସେ ଏହାକୁ ଲେଖିଥିଲେ ।

ପାରାଡାଇସ ଉପନ୍ୟାସ ଦର୍ଶକଙ୍କ ଆଦୃତ ହୋଇଥିଲା  । ଏଭଳି ଏକ ମାର୍ମିକ ଲେଖା ସମଗ୍ର ବିଶ୍ୱରେ ତାଙ୍କୁ ପରିଚୟ ପ୍ରଦାନ କରିଥିଲା  ।  ଏହା ଏକ ଦୁଃଖଦ ପ୍ରେମ କାହାଣୀ, ଯେଉଁଥିରେ ଦୁନିଆ ଓ ମାନ୍ୟତା ମଧ୍ୟରେ ପରସ୍ପର ସଂଘର୍ଷର କଥା ଉଲ୍ଲେଖ ରହିଛି । ଅବଦୁଲ ରଜାକ ଯେଉଁଭଳି ଭାବରେ ଶରଣାର୍ଥୀ ଅଭିଜ୍ଞତାକୁ ବର୍ଣ୍ଣନା କରିଛନ୍ତି, ତାହା ବିରଳ ଅଟେ । ସେ ପରିଚୟ ଏବଂ ଆତ୍ମ-ପ୍ରତିଛବି ଉପରେ ଧ୍ୟାନ ଦିଅନ୍ତି ।

Leave a Reply