spot_img

Latest Posts

ବିମାନ ବନ୍ଦର ନିକଟରେ ବାଘ ଆତଙ୍କ ଘଟଣା , ମିଳିଲାନି ବାଘ, ଦେଖାଗଲା ବଣଭୂଆଁ

ଭୁବନେଶ୍ବର  : ଭୁବନେଶ୍ବର ବିମାନ ବନ୍ଦର ନିକଟରେ ବାଘ ଆତଙ୍କ ଘଟଣା । ମିଳିଲାନି ବାଘ, ଦେଖାଗଲା ବଣଭୂଆଁ । ବାଘ ବୁଲୁଥିବା ଭାବି ଯନ୍ତା ବସା ଯାଇଥିଲା। ଏପରିକି କୁକୁଡ଼ା ଲୋଭ ଦେଖାଇ କାବୁ କରିବାକୁ ହୋଇଥିଲା ଯୋଜନା। ରାତିରେ ଲଗାଯାଇଥିଲା ଟ୍ରାପ୍ କ୍ୟାମେରା ସହ ଯନ୍ତା। ଶେଷରେ ବାଘ ବଦଳରେ ବଣଭୂଆଁ ବୋଲି ଦେଖିବାକୁ ମିଳିଛି। ଏବେ ବି ଯନ୍ତା ବସାଯାଇଛି। ଘଟଣାର ଅନୁଧ୍ୟାନ ପାଇଁ ପହଞ୍ଚୁଛନ୍ତି ନନ୍ଦନକାନନ ଟିମ୍। ଗତକାଲି ବନ ବିଭାଗ ରେଞ୍ଜରଙ୍କ ସହ ସ୍ବତନ୍ତ୍ର ଟିମ୍ କ୍ୟାମେରା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସଂପୃକ୍ତ  ଅଞ୍ଚଳକୁ ଲୋକଙ୍କୁ ନ ଯିବାକୁ ବନ ବିଭାଗର ପକ୍ଷରୁ ବାରଣ କରାଯାଇଥିଲା। ବିମାନ ବନ୍ଦର ଡମ୍ପିଂ ୟାର୍ଡ ନିକଟରେ ବାଘ ଦେଖା ଯିବା ପରେ କାବୁ କରିବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଥିଲା। ଗଛରେ ବାଘକୁ ଦେଖି ସୂଚନା ଦେଇଥିଲେ ଜଣେ ସଫେଇ କର୍ମଚାରୀ । ପାଦଚିହ୍ନ ଚିହ୍ନଟ ପାଇଁ ବରିଷ୍ଠ ଅଧିକାରୀ ଓ ଏକ୍ସପର୍ଟମାନଙ୍କ ସହଯୋଗ ଲୋଡ଼ିଥିଲା ନଗର ବନବିଭାଗ ।

Latest Posts

Don't Miss