ସବୁ ବ୍ୟାଙ୍କର ଘରୋଇକରଣ ହେବନି: ନିର୍ମଳା ସୀତାରମଣ

1 min read

ନୂଆଦିଲ୍ଲୀ: ଦେଶର ସବୁ ବ୍ୟାଙ୍କ ଗୁଡିକର ଘରୋଇକରଣ କରାଯିବ ନାହିଁ କହିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଯଦି କେଉଁ ବ୍ୟାଙ୍କ ଗୁଡିକର ଘରୋଇକରଣ କରାଯିବ ତାହେଲେ ସେହି ବ୍ୟାଙ୍କର କର୍ମଚାରୀ ମାନଙ୍କର ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯିବ । ବଜେଟ୍ ସମୟରେ ସରକାର ଦୁଇଟି ବ୍ୟାଙ୍କର ଘରୋଇକରଣ ଲାଗି ନିଷ୍ପତ୍ତି କରିଥିଲେ । ମାତ୍ର ଏଯାବତ୍ ବ୍ୟାଙ୍କର ନାଁ ଘୋଷଣା କରାଯାଇନାହିଁ ।

ବ୍ୟାଙ୍କର ଘରୋଇକରଣ ନେଇ କିଛି ଦିନ ହେବ ବ୍ୟାଙ୍କ ସଂଘ ଓ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ଧାରଣା ଦେଇଛି । ଯେଉଁଥିରେ ୯ ବଡ଼ ବ୍ୟାଙ୍କ ୟୁନିଅନ୍ ସାମିଲ ରହିଛି । ଏଭଳି ସମୟରେ ନିର୍ମଳା ସୀତାରମଣ ବ୍ୟାଙ୍କ ଘରୋଇକରଣ ନେଇ ନିଜର ମନ୍ତବ୍ୟ ରଖିଛନ୍ତି ।

ବହୁତ ଭାବିଚିନ୍ତି ୨ଟି ବ୍ୟାଙ୍କର ଘରୋଇକରଣ ଲାଗି ନିଷ୍ପତ୍ତି ନିଆଯାଇଛି । ଏଥିରେ କୗେଣସି ତରବରିଆ ନିଷ୍ପତ୍ତି ନାହିଁ । ବ୍ୟାଙ୍କର ଘରୋଇକରଣ ମଧ୍ୟ ଜରୁରୀ । ହେଲେ ଘରୋଇକରଣ ପରେ ମଧ୍ୟ ବ୍ୟାଙ୍କ ଗୁଡିକ ପୂର୍ବ ଭଳି କାମ କରିପାରିବେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ରୀୟ କ୍ୟାବିନେଟ୍ ଡେଭଲପମେଣ୍ଟ ଫାଇନାନ୍ସ ଇନଷ୍ଟିଚ୍ୟୁସନ୍ ଗଠନ ଲାଗି ମଞ୍ଜୁରୀ ଦେଇଛନ୍ତି । ଏଥିସହିତ ବିତ୍ତୀୟ ଫଣ୍ଡିଂ ସହ ବିକାଶ କାର୍ଯ୍ୟ ସୁନିଷ୍ଚିତ ହୋଇପାରିବ ।

ତେବେ ଏହା ପୂର୍ବରୁ ପେଟ୍ରୋଲ୍‌, ଡିଜେଲ୍, ବିମାନର ଇନ୍ଧନ ଓ ପ୍ରାକୃତିକ ଗ୍ୟାସକୁ ଦ୍ରବ୍ୟ ଓ ସେବା କର (ଜିଏସଟି)ରେ ଅନ୍ତର୍ଭୁକ୍ତ କରିବାର କୗେଣସି ଯୋଜନା ନାହିଁ ବୋଲି କହିଥିଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ।

ଏଥିସହିତ ପଢନ୍ତୁ-   ଜିଏସ୍‌ଟି ଅନ୍ତର୍ଭୁକ୍ତ ହେବ ନାହିଁ ପେଟ୍ରୋଲ୍‌, ଡିଜେଲ୍: ଅର୍ଥ ମନ୍ତ୍ରୀ‌

Leave a Reply