ଜିଏସ୍‌ଟି ଅନ୍ତର୍ଭୁକ୍ତ ହେବ ନାହିଁ ପେଟ୍ରୋଲ୍‌, ଡିଜେଲ୍: ଅର୍ଥ ମନ୍ତ୍ରୀ‌

ନୂଆଦିଲ୍ଲୀ: ଦେଶରେ ତୈଳ ଦର ହୁହୁ ହୋଇ ବଢୁଥିବା ବେଳେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏବେ ପେଟ୍ରୋଲ୍‌, ଡିଜେଲ୍, ବିମାନର ଇନ୍ଧନ ଓ ପ୍ରାକୃତିକ ଗ୍ୟାସକୁ ଦ୍ରବ୍ୟ ଓ ସେବା କର (ଜିଏସଟି)ରେ ଅନ୍ତର୍ଭୁକ୍ତ କରିବାର କୗେଣସି ଯୋଜନା ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକ ହୋଇଥିଲା । ଏହି ଅବସରରେ ପ୍ରେସ୍ କନଫରେନ୍ସ କରି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସୂଚନା ଦେଇଛନ୍ତି ।

Dharmendra On Fuel Price Hike, Finance Minister can find a way

୨୦୧୭ ମସିହା ଜୁଲାଇ ୧ ତାରିଖରେ ଜିଏସଟିକୁ ଉପସ୍ଥାପନା କରାଯାଇଥିଲା । ସେ ସମୟରେ ପେଟ୍ରୋଲିୟମ୍ ଉତ୍ପାଦକୁ ଜିଏସଟି ବାହାରେ ରଖାଯାଇଥିଲା । କାରଣ ଏଥିରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୋଟା ଅଙ୍କର ରାଜସ୍ୱ ପାଇଥାନ୍ତି ।

କେନ୍ଦ୍ର ସରକାର ଏହା ଉପରେ ଲଗାଇଥିବା ଏକ୍ସାଇଜ ଡ୍ୟୁଟିରୁ ଲାଭ ପାଉଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏଥିରୁ ମୁକ୍ତି ମିଳିବନି । ସେହିପରି ରାଜ୍ୟ ସରକାର ଭାଟ୍ ନେଉଛନ୍ତି । ସମୟ କ୍ରମେ ଏକ୍ସାଇଜ ଡ୍ୟୁଟି ସହ ଟିକସରେ ମଧ୍ୟ ବୃଦ୍ଧି ଘଟୁଛି । ଅପରପକ୍ଷେ ଟିକସ ଜମାରୁ ନ କମିବା ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ କଞ୍ଚା ମାଲରେ ବୃଦ୍ଧି ଯୋଗୁଁ ପେଟ୍ରାଲ୍ ଓ ଡିଜେଲ୍ ଭଳି ତୈଳ ଦରର ମୂଲ୍ୟ ଆକାଶ ଛୁଆଁ ବଢିବାରେ ଲାଗିଛି ।

ଯେଉଁଥିପାଇଁ ପେଟ୍ରାେଲିୟମ୍ ପଦାର୍ଥକୁ ଜିଏସଟି ଅନ୍ତଭୁର୍କ୍ତ କରିବା ଲାଗି ଦାବି ଜୋର ଧରୁଛି ।

Leave a Reply