ଲକଡାଉନରେ ଭାରତରେ ମଦ ମିଳୁନି କିନ୍ତୁ ଏମିତି ଜଣେ ରାଷ୍ଟ୍ରପତି ଅଛନ୍ତି, ଯିଏ ବର୍ଷକୁ ୧୯୯ କୋଟି ଟଙ୍କାର ମଦ ପିଅନ୍ତି !

କିମ୍ ଜୋଙ୍ଗ୍ ଉନ୍ । କରୋନା ପରେ ଏବେ ଖବରରେ ଯଦି କିଏ ଅଛି ତେବେ ସିଏ ହେଉଛନ୍ତି ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍ । କିମ୍ ମୃତ କି ଜୀବିତ ? ଏହି ବିଲିୟନ ଡଲାର ପ୍ରଶ୍ନର ଉତ୍ତର ଖୋଜିବାକୁ ଆମେରିକା କୋରିଆ ଉପଦ୍ୱିପ ଉପରେ ୫ ଗୁଇନ୍ଦା ବିମାନ ଉଡାଉଛି । ଏମିତିରେ ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଥିବ ଏହି କ୍ରୁର ଶାସକର ବ୍ୟକ୍ତିଗତ ଜୀବନ କେମିତି ହୋଇଥିବ ?            କିମ୍ ପାଖରେ ପରମାଣୁ ଆକ୍ରମଣରୁ ସୁରକ୍ଷିତ ଘର ସହ ଅଛି ନିଜର ବ୍ୟକ୍ତିଗତ ଦ୍ୱିପ,ଟ୍ରେନ୍,ମହଙ୍ଗା କାର,ଲଗଜରି ଜାହଜ । ଆଉ ମଧ୍ୟ କିମଙ୍କ ମନୋରଂଜନ ପାଇଁ ସବୁବେଳେ ତାଙ୍କ ସହିତ ଥାନ୍ତି ୨ହଜାର ସୁନ୍ଦରୀ । ଯେଉଁ ଗ୍ରୁପ୍ ପ୍ଲେଜର ସ୍କ୍ୱାଡ୍ ନାମରେ ପରିଚିତ ।

ୟୁରୋପର ଏକ ନ୍ୟୁଜ୍ ୱେବସାଇଟ୍ ଅନୁସାରେ କିମ୍ ଉତ୍ତର କୋରିଆର ୬୦ ପ୍ରତିଶତ ଲୋକଙ୍କୁ ଭୋକ ଉପାସରେ ରଖି ନିଜେ ମୌଜ୍ କରୁଛନ୍ତି ।  କିମ୍ ଗାଏବ ହେବାକୁ ନେଇ ଅନେକ ଥିଓରୀ ସାମ୍ନାକୁ ଆସୁଥିବା ବେଳେ ଏହି ୱେବସାଇଟର ଦାବି ହେଉଛି,କିମ୍ ନିଜ ବ୍ୟକ୍ତିଗତ ଟ୍ରେନରେ ବସି ୱାନସୈନ୍ ଦ୍ୱିପକୁ ଯାଇଛନ୍ତି । ଏହି ଦ୍ୱିପ ତାଙ୍କ ମାଲିକାନାରେ ରହିଛି ।

ଏହି ରିପୋର୍ଟ ଅନୁସାରେ କିମ୍ ଜୋଙ୍ଗ୍ ଉନ୍ ୩୭,୮୬୭ କୋଟି ଟଙ୍କାର ମାଲିକ । ଅନ୍ୟପକ୍ଷରେ ଉତ୍ତର କୋରିଆର ୬୦ ପ୍ରତିଶତ ନାଗରିକଙ୍କ ପକ୍ଷରେ ଦୁଇ ଓଳି ଖାଦ୍ୟ ଯୋଗାଡ କରିବା କାଠିକର ପାଠ । ୨.୬୦ କୋଟି ଲୋକ ଏହି ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି ।

କୁହାଯାଉଛି ଯେ,କିମ୍ ଏମିତି ଘରର ମାଲିକ ଯାହାକୁ ପରମାଣୁ ବିସ୍ଫୋରଣ ଦ୍ୱାରା ମଧ୍ୟ ଉଡାଯାଇ ପାରିବ ନାହିଁ । ସମଗ୍ର ଉତ୍ତର କୋରିଆରେ କିମଙ୍କର ଏଭଳି ୧୭ଟି ପ୍ରାସାଦ ରହିଛି । ୱାନସୈନ ଦ୍ୱିପରେ ୫୦୦ ମିଟରର ଗୋଟିଏ ଏୟାର ଷ୍ଟ୍ରିପ୍ ମଧ୍ୟ ରହିଛି ।

ଉତ୍ତର କୋରିଆ ରାଜଧାନୀ ପ୍ୟାଙ୍ଗୟାଙ୍ଗରେ କିମଙ୍କ ମୁଖ୍ୟ ପ୍ରାସାଦ ରହିଛି । ଯାହାକୁ ମଧ୍ୟ ସେଣ୍ଟ୍ରାଲ ଲଗଜରି ମ୍ୟାନସନ୍ ବୋଲି କୁହାଯାଇଥାଏ । ଏହି ଘର ଉପରେ ପରମାଣୁ ଆକ୍ରମଣର କୌଣସି ପ୍ରଭାବ ପଡିବ ନାହିଁ । ଘର ଚାରିପଟ ବାଡରେ ଅହରହ ବିଦ୍ୟୁତ୍ ପ୍ରବାହିତ ହୋଇଥାଏ । ଘରର ସୁରକ୍ଷା ଘରେ ଅନେକ ପ୍ରଣାଳୀ ବିଶିଷ୍ଟ । ଭିତରକୁ ଯିବାକୁ ହେଲେ ସେନାର ଅନେକ ସ୍ତରର ସୁରକ୍ଷା କବଚକୁ ଭେଦ କରିବାକୁ ପଡେ । କେବଳ ଏତିକି ନୁହେଁ,ଘର ଚାରିପଟେ କିମ୍ ଆଦେଶରେ ଲ୍ୟାଣ୍ଡ୍ ମାଇନ୍ ବିଛାଯାଇଛି ।

ୱାନସୈନ୍ ଦ୍ୱିପରେ କିମ୍ ଜୋଙ୍ଗ୍ ଉନ୍ ପ୍ରାସାଦ ପାଖରେ ଗୋଟିଏ ଫୁଟବଲ୍ ଷ୍ଟାଡିୟମ ରହିଛି । ଏହାସହ ରିକ୍ରିଏସନ୍ ସେଣ୍ଟର,ଶୁଟିଂ ରେଂଜ୍, ୟାଟ୍ ବର୍ଥ,ଥିଏଟର,ବାସ୍କେଟ୍ ବଲ ଆଦି ମଧ୍ୟ ରହିଛି । ଏଠାରେ କିମ୍ ପ୍ରାସାଦର ସୁରକ୍ଷା ପାଇଁ ସମୁଦ୍ର ମଧ୍ୟରେ ହାର୍ବର ପ୍ରୋଟେକ୍ସନ୍ ବ୍ଲକ ଲଗାଯାଇଛି ।

କିମ୍ ଜୋଙ୍ଗ୍ ଉନ୍ ବାସ୍କେଟ୍ ବଲ ପ୍ରିୟ । ଏନବିଏର ମହାନ ଖେଳାଳୀ ଡେନିସ୍ ରାଡମ୍ୟାନ୍ ୨୦୧୩ରେ ୱାନସୈନ୍ ଦ୍ୱିପକୁ ଯାଇଥିଲେ । କିମ୍ ତାଙ୍କୁ ବ୍ୟକ୍ତିଗତ ଭାବେ ଆସିବାକୁ ନିମନ୍ତ୍ରଣ କରିଥିଲେ । ରାଡମ୍ୟାନଙ୍କ ଅନୁସାରେ ୱାନସୈନ୍ ଦ୍ୱିପ ଅତ୍ୟନ୍ତ ମନମୋହକ । ତାଙ୍କ ଅନୁସାରେ କିମ୍ ଚାରିପଟେ ସବୁବେଳେ ୫୦ରୁ ୬୦ ଜଣ ବ୍ୟକ୍ତି ରହିଥାନ୍ତି ।  ଯେଉଁମାନେ କକଟେଲ୍ ପିଅନ୍ତି ଓ କିମ୍ ସେମାନଙ୍କ କଥା ଶୁଣି ହସନ୍ତି । ରାଡମ୍ୟାନଙ୍କ ଅନୁସାରେ ୱାନସୈନ ଦ୍ୱିପରେ ଯାହା ଅଛି ତାହା ଦୁନିଆର ସବୁଠୁ ମୁଲ୍ୟବାନ ପଦାର୍ଥ ।

କିମଙ୍କ ପାଖରେ ନିଜସ୍ୱ ଜେଟ୍ ଓ ଟ୍ରେନ୍ ରହିଛି । କିମଙ୍କ ବାପା ଓ ଜେଜେବାପା ବିମାନଯାତ୍ରାକୁ ଭୟ କରୁଥିଲେ । ତେଣୁ ସେମାନେ ସବୁବେଳେ ଟ୍ରେନରେ ଯାତ୍ରା କରୁଥିଲେ । କିମ୍ ମଧ୍ୟ ନିଜସ୍ୱ ଟ୍ରେନକୁ ବ୍ୟବହାର କରନ୍ତି । ଏହି ସାଞ୍ଜୁଆ ଟ୍ରେନ ଉପରେ ବୋମା ଆକ୍ରମଣର ପ୍ରଭାବ ପଡିନଥାଏ । ସେହିଭଳି ତାଙ୍କ ପାଖରେ ଲଗଜରି ଜାହଜ ମଧ୍ୟ ରହିଛି ।

ବାପା,ଜେଜେବାପାଙ୍କ ଭଳି କିମ ମଧ୍ୟ ସୁନ୍ଦରୀ ଝିଅଙ୍କ ଗହଣରେ ରହିବାକୁ ଭଲ ପାଆନ୍ତି । ବାପା ଓ ଜେଜେବାପାଙ୍କ ଭଳି ତାଙ୍କର ମଧ୍ୟ ଗୋଟିଏ ପ୍ଲେଜର ସ୍କ୍ୱାର୍ଡ ରହିଛି । ଯେଉଁଥିରେ ୨ ହଜାର ସୁନ୍ଦରୀ ଝିଅ ଅଛନ୍ତି ।  ସେମାନେ କିମଙ୍କ ସହ ତାଙ୍କ ନିଜ ଟ୍ରେନରେ ଯାତ୍ରା କରନ୍ତି ।

କିମ୍ ଓ ତାଙ୍କ ଅନୁଗତ ଅଫିସରଙ୍କ ମନୋରଂଜନ କରିବା ଏହି ପ୍ଲେଜର ଗର୍ଲଙ୍କ କାମ । ସ୍କ୍ୱାର୍ଡ ଝିଅଙ୍କୁ ନିଜେ କିମ୍ ଚୟନ କରିଥାନ୍ତି ।  ଏହାବାଦ କିମଙ୍କର ହାରମ ମଧ୍ୟ ରହିଛି । ହାରମରେ ରହୁଥିବା ଝିଅଙ୍କ ପାଇଁ କିମ୍ ୨୦୧୭ ମସିହାରେ ୨୭ କୋଟି ଟଙ୍କାର ଡ୍ରେସ୍ କିଣିଥିଲେ ବୋଲି ପାଶ୍ଚାତ୍ୟ ଗଣମାଧ୍ୟମ ଦାବି କରେ ।

Leave a Reply