ଚଳିତ ବର୍ଷ ମହାରାଷ୍ଟ୍ରରେ ଲାଗୁ ହେବନାହିଁ ‘ମରାଠା’ କୋଟା

1 min read

ମୁମ୍ୱାଇ: ମହାରାଷ୍ଟ୍ରରେ ଲାଗୁ ହେବନାହିଁ ମରାଠା କୋଟା । ଚଳିତ ବର୍ଷ ଶିକ୍ଷାନୁଷ୍ଠାନରେ ଆଡିମିସନ୍ ଏବଂ ଚାକିରି କ୍ଷେତ୍ରରେ ନିଯୁକ୍ତି ନେଇ ମରାଟ୍ଟା କୋଟା ଲାଗୁ ହେବନାହିଁ । ଏନେଇ ନିଷ୍ପତ୍ତି ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏଥିସହିତ ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ ମାମଲାକୁ ଟ୍ରାନ୍ସଫର କରାଯାଇଛି । ଏବଂ ଖଣ୍ଡପିଠି ଗଠନ ନେଇ ମଧ୍ୟ କୁହାଯାଇଛି । ତେବେ ମାମଲାର ଶୁଣାଣି କରୁଥିବା ଜଷ୍ଟସି୍ ଏଲ୍ ନାଗେଶ୍ୱର ରାଓ କହିଛନ୍ତି ଯେ, ଏହି ନିର୍ଦ୍ଦେଶ ପୋଷ୍ଟ ଗ୍ରାଜୁଏସନରେ ଆଡିମିସନ ନେଇ ଲାଗୁ ହେବନାହିଁ ।

          ବହୁ ପୂର୍ବରୁ ଏହି ମାମଲା ନେଇ ମହାରାଷ୍ଟ୍ରରେ ବିବାଦରେ ଲାଗିରହିଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଚାଲିଆସିଛି । ମରାଟ୍ଟା ସମୁଦାୟ ନିଜ ପାଇଁ ଚାକିରି ଏବଂ ଉଚ୍ଚ ଶିକ୍ଷାରେ ଆଡମିସନ୍ ପାଇଁ ସଂରକ୍ଷଣ ଦାବି କରିଆସିଛି । ବହୁ ରାଜନୈତିକ ଦଳର ଏନେଇ ସମର୍ଥନ ମଧ୍ୟ ମିଳିଛି ।

No Maratha Quota For College Admissions, Jobs For Now: Supreme Court

ସୂଚନା ଯୋଗ୍ୟ ଯେ, ପୂର୍ବରୁ ସାମାଜିକ ଏବଂ ଅର୍ଥନୈତିକ ପଛୁଆ ବର୍ଗ (SEBC) ଆଇନ 2018 ଅନୁଯାୟୀ ମରାଠାଙ୍କୁ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ୧୬ ପ୍ରତିଶତ ସଂରକ୍ଷଣ ଯୋଗାଇଦିଆଯାଇଥିଲା । ଯାହାକୁ ନେଇ ବମ୍ୱେ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ଏବଂ ବମ୍ୱେ ହାଇକୋର୍ଟଙ୍କ ଚାଲେଞ୍ଜ ଅନୁଯାୟୀ ମହରାଷ୍ଟ୍ର ସରକାର ସଂରକ୍ଷଣ ପ୍ରତିଶତକୁ ଶିକ୍ଷା କ୍ଷେତ୍ରରେ ୧୨ ପ୍ରତିଶତ ଏବଂ ନିଯୁକ୍ତି କ୍ଷେତ୍ରରେ ଏହାକୁ ୧୬ ପ୍ରତିଶତକୁ ହ୍ରାସ କରିଥିଲେ ।

କଙ୍ଗନାଙ୍କ ଅଫିସ ଭଙ୍ଗା ପ୍ରସଙ୍ଗ : ଶରଦ ପାଓ୍ୱାର କହିଲେ ଏହା ଜରୁରୀ ନଥିଲା

ଏହାକୁ ନେଇ ପୁଣି ଅସନ୍ତୋଷ ଦେଖାଯାଇଥିଲା ଏବଂ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଏବଂ ବୁଧବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି । ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ସମେତ ପାଖାପାଖି ସମସ୍ତ ଦଳ ସଂରକ୍ଷଣକୁ ସମର୍ଥନ କରିଛନ୍ତି । ୨୦୧୮ରେ ଏହି ମାମଲାକୁ ନେଇ ମହାରାଷ୍ଟ୍ରର ୫ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ । ଯେଉଁଥିରେ ଏନସିପି, କଂଗ୍ରେସ ଓ ବିଜେପି ବିଧାୟକ ରହିଥିଲେ ।

Leave a Reply