କଇଁଛଙ୍କ ସୁରକ୍ଷା ପାଇଁ ଆସନ୍ତା ୭ ମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ମନା

ପାରାଦୀପ : ଆସନ୍ତା ୭ ମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ ଲାଗିଛି କଟକଣା । ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ର କୂଳଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କ ପାଇଁ କଟକଣା ଜାରି କରିଛି ବନ ବିଭାଗ ।  ତେବେ ଗଭୀର ସମୁଦ୍ରରେ ମାଛ ଧରିବା ପାଇଁ ଆବଶ୍ୟକୀୟ ସାଧନ ସେମାନଙ୍କ ନିକଟରେ ନଥିବା ବେଳେ ସେପଟେ ମହାନଦୀ ମୁହାଣ ପୋତି ହୋଇଯିବା କାରଣରୁ ବରୁଣେଇ ମୁହାଣ ଦେଇ ଆସିବାକୁ ଅଧିକ ୩ ଘଣ୍ଟାର ତେଲ ପୋଡିବାକୁ ପଡୁଥିବା ଅଭିଯୋଗ କରିଛନ୍ତି ମତ୍ସ୍ୟଜୀବୀ । ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଏପରି ପ୍ରତିବନ୍ଧକକୁ ସ୍ବାଗତ କରିଥିଲେ ସୁଦ୍ଧା ଦୀର୍ଘ ୭ ମାସ ଧରି ପରିବାର ପ୍ରତିପୋଷଣ ପାଇଁ ସେମାନେ ଅସୁବିଧାରେ ପଡ଼ିବେ ବୋଲି କହିଛନ୍ତି ।paradip harbour | Sambad English

ପାରାଦ୍ଵୀପ ମାଛଧରା ବନ୍ଦର ଉପରେ ପାଖାପାଖି ୫୦ ହଜାର ମତ୍ସ୍ୟଜୀବି ପରିବାର ନିର୍ଭର କରିଥାନ୍ତି । ତେବେ ଏ ସମ୍ପର୍କରେ ଆମେ ଅବଗତ ଅଛୁ, ମୁ଼ହାଣ ମୁହଁ ଖୋଳିବା କାର୍ଯ୍ୟ ପାରାଦୀପ ବନ୍ଦର ପକ୍ଷରୁ ଜାରି ରହିଥିବା କହିଛନ୍ତି ବନ୍ଦର କର୍ତ୍ତୃପକ୍ଷ । ଏହାସହ ଫରେଷ୍ଟ ବିଭାଗ ସହିତ ମଧ୍ୟ କଥା ହୋଇଛି, ବରୁଣେଇ ଦେଇ ଆସୁଥିବା ବୋଟ୍ ଗୁଡ଼ିକୁ ଛାଡି ଦେବା ପାଇଁ ସେମାନେ ପ୍ରତିଶୃତି ଦେଇଥିବା ପାରାଦୀପ ଅତିରିକ୍ତ ମତ୍ସ୍ୟ ଅଧିକାରୀ ପ୍ରକାଶ କରିଛନ୍ତି ।