ଫେରିଲା ନାଇଟ କର୍ଫ୍ୟୁ, ସୋମବାର ଠାରୁ ୧୦ ଜିଲ୍ଲାରେ ଲାଗୁ

ଭୁବନେଶ୍ବର: ଗ୍ରାଷ୍ମ ଅବକାଶ ସହ ବଢିବାରେ ଲାଗିଛି କରୋନା କେସ । କୋଭିଡ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ପୁନର୍ବାର ନାଇଟ କର୍ଫ୍ୟୁ ଲାଗୁ କରୁଛନ୍ତି । ଫଳରେ ରାଜ୍ୟର ୧୦ ଜିଲ୍ଲାରେ ପୁନର୍ବାର ନାଇଟ କର୍ଫ୍ୟୁ ଲଗାଯିବାକୁ ନେଇ ସୂଚନା ଦେଇଛନ୍ତି ଏସଆରସି । ରାତି 10ରୁ ସକାଳ 5ଟା ଯାଏ ଏହି ନାଇଟ୍ କର୍ଫ୍ୟୁ ଲାଗୁ ହେବ । ତେବେ ଏହି ସମୟରେ ଜରୁରୀକାଳିନ ସେବା ଜାରି ରହିବ ବୋଲି କୁହାଯାଇଛି । ସମସ୍ତ କାରଖାନା ଓ ନିର୍ମାଣ କାମ ଜାରି ରହିବ ।

ସୋମବାର ଅର୍ଥାତ ୫ ତାରିଖରୁ ବରଗଡ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି ନବରଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କୋରାପୁଟ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ସୀମାନ୍ତ ବର୍ତ୍ତି ରାଜ୍ୟ ଗୁଡିକରେ କୋଭିଡ ସଂକ୍ରମଣ ବଢୁଥିବାରୁ ସେହି ନିକଟବର୍ତ୍ତୀ ଜିଲ୍ଲାରେ କର୍ଫ୍ୟ ଲଗାଯାଇଛି   । ଗତ କିଛିଦିନ ହେବ ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଛି   । ଫଳରେ ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ନାଇଟ କର୍ଫ୍ୟୁ  ଲାଗୁ କରିଛନ୍ତି ରାଜ୍ୟ ସରକାର  ।

ଏସଆରସିଙ୍କ ସୂଚନା ମୁତାବକ ଏହି ୧୦ ଜିଲ୍ଲାରେ ଜାରି ରହିବ ରାତ୍ରି କାଳୀନ କର୍ଫ୍ୟୁ  । କୋଭିଡ କେସ ବଢୁଥିବାରୁ ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି  । ର୍ତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତତ୍ତର ରହିବ  । ଯଦ୍ୱାରା ସମସ୍ତ ଜରୁରୀ କାଳୀନ ସେବାକୁ ଏଥିରୁ ବାଦ ଦିଆଯିବ  । ସେପଟେ ଦୋକାନ ବଜାର ବନ୍ଦ ରହିବ, ସାଧାରଣରେ ବୁଲାବୁଲି ଏବଂ ସାଧାରଣ ଲୋକଙ୍କ ଚଳ ପ୍ରଚଳ ମଧ୍ୟ ବାଦ ଦିଆଯିବ  ।

ସେହିପରି ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, ଅଫିସ, ଅନୁଷ୍ଠାନ ବନ୍ଦ ରହିବ । ତେବେ ଜିଲ୍ଲା ଓ ମ୍ୟୁନିସପାଲ କର୍ମଚାରୀ, ପୋଲିସ, ସରକାରୀ କର୍ମଚାରୀଙ୍କୁ ଛାଡ଼ । ତେବେ ଏହି ସମୟରେ ହୋମ ଡେଲିଭରୀ, ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ କଡରେ ଥିବା ଢାବା, ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ ମିଡିଆ, ଏଲପିଜି ବିତରଣ କଟକଣାରୁ ବାଦ ଦିଆଯିବ ବୋଲି କୁହାଯାଇଛି । ରାଜ୍ୟରେ କରୋନା ସଂକ୍ରମଣକୁ ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

Leave a Reply