ଆଜି ଠାରୁ ନାଇଟ୍ କର୍ଫ୍ୟୁ, ୧୦ ଜିଲ୍ଲାରେ କଡା ପ୍ରହରା

ଭୁବନେଶ୍ୱର: ପଡୋଶୀ ରାଜ୍ୟରେ ବଢୁଛି ସଂକ୍ରମଣ । ସୀମାନ୍ତ ଜିଲ୍ଲାରେ ହାଇଆର୍ଲଟ । ରାଜ୍ୟକୁ ପ୍ରବେଶ କରୁଥିବା ଅଧିବାସୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ସେପଟେ କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଅର୍ଥାତ ଏଥିରେ ବ୍ରେକ ଲଗାଇବା ପାଇଁ ଆଜି ଠାରୁ ୧୦ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ରାତ୍ରିକାଳୀନ କର୍ଫ୍ୟୁ ।

ଛତିଶଗଡ ସୀମାନ୍ତ ଜିଲ୍ଲା ଗୁଡିକରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁରରେ, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ରାତି 10ରୁ ସକାଳ 5ଟା ଯାଏ ଏହି ନାଇଟ୍ କର୍ଫ୍ୟୁ ଲାଗୁ ହେବ । ତେବେ ଏହି ସମୟରେ ଜରୁରୀକାଳିନ ସେବା ଜାରି ରହିବ ବୋଲି କୁହାଯାଇଛି ।

ସମସ୍ତ କାରଖାନା ଓ ନିର୍ମାଣ କାମ ଜାରି ରହିବ । ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, ଅଫିସ, ଅନୁଷ୍ଠାନ ବନ୍ଦ ରହିବ । ତେବେ ଜିଲ୍ଲା ଓ ମ୍ୟୁନିସପାଲ କର୍ମଚାରୀ, ପୋଲିସ, ସରକାରୀ କର୍ମଚାରୀଙ୍କୁ ଛାଡ଼ । ଏହି ସମୟରେ ହୋମ ଡେଲିଭରୀ, ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ କଡରେ ଥିବା ଢାବା, ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ ମିଡିଆ, ଏଲପିଜି ବିତରଣ କଟକଣାରୁ ବାଦ ଦିଆଯିବ ବୋଲି କୁହାଯାଇଛି । ସେହିପରି ଡାକ୍ତର, ମେଡିକାଲ ଓ ପାରା ମେଡିକାଲ କର୍ମଚାରୀଙ୍କୁ କଟକଣାରୁ ବାଦ ଦିଆଯାଇଛି ।

Leave a Reply