ଲଞ୍ଚ ହେଲା କ୍ରିପଟୋ କରେନ୍ସି କ୍ରେଡିଟ କାର୍ଡ, କେମିତି କରିବେ ବ୍ୟବହାର ?

ନୂଆଦିଲ୍ଲୀ: ଆସିଲା କ୍ରିପଟୋ କରେନ୍ସି କ୍ରେଡିଟ୍ କାର୍ଡ । ନେକ୍ସୋ ଆଣିଲା ପ୍ରଥମ ପ୍ରିକଟୋ ବ୍ୟାକଡ ପେମେଣ୍ଟ କାର୍ଡ । ଏଥିପାଇଁ ମାଷ୍ଟର କାର୍ଡ ସହ ହାତ ମିଳାଇଛି କମ୍ପାନୀ । ଏହି ପ୍ରମେଣ୍ଟ କାର୍ଡ ଅନ୍ୟ କ୍ରେଡିଟ କାର୍ଡ ପରି କାମ କରିବ ଓ ୟୁଜର୍ସ କ୍ରିପଟୋ ଆସେଟ୍ ବିନା ଲିକୁଇଡ କରି ସପିଙ୍ଗ କରିପାରିବେ । କାର୍ଡରେ ଏକାଧିକ ଫିଚର୍ସ ରହିଛି । ଯେଉଁଥିରେ ଗୋଟିଏ ଲିମିଟ ପର୍ଯ୍ୟନ୍ତ ସୁଧ ଦେବାକୁ ପଡିବ ନାହିଁ ।

କୋଲେଟରାଲ ପରି ବ୍ୟବହାର ହେବ ଡିଜିଟାଲ ଆସେଟ୍

ନ୍ୟୁଜ୍ ଏଜେନ୍ସି ରାଇଟର ଅନୁସାରେ, ଡିଜିଟାଲ ଆସେଟ୍ ମେନଷ୍ଟ୍ରିମରେ ଅଧିକ ଏକ୍ସପଟ ହେଉଛି । ଏହି କାରଣରୁ ଫାଇନାନଶିଆଲ ନେଟଓ୍ବର୍କ କ୍ରିପଟୋ ଜଗତ ସହ ହାତ ମିଳାଇଛି । ନେକ୍ସୋ କ୍ରିପଟୋ ବ୍ୟାକଡ୍ ପେମେଣ୍ଟ କାର୍ଡ ସମ୍ପର୍କରେ କହିଛି, ଆରମ୍ଭରେ କିଛି ୟୁରୋପୀୟ ଦେଶରେ ଏହା ଉପଲବ୍ଧ ହେବ । ଏଥିରେ ୟୁଜର୍ସଙ୍କୁ ବିଟ୍ କଏନ୍ ପରି ଡିଜିଟାଲ ଆସେଟକୁ ବିକ୍ରି ନକରି ଖର୍ଚ୍ଚ କିମ୍ବା ସପିଙ୍ଗ କରିହେବ । ଡିଜିଟାଲ ଆସେଟକୁ କାର୍ଡରେ ଦିଆଯାଉଥିବା କ୍ରେଡିଟ ପାଇଁ କୋଲେରେଟ ପରି ବ୍ୟବହାର କରିହେବ ।

୯୦ ପ୍ରତିଶତ ମୂଲ୍ୟ ସହ ସମାନ କ୍ରିପଟୋ ଲାଇନ

ଅଧିକାଂଶ କ୍ରେଡିଟ କାର୍ଡ ଅସୁରକ୍ଷିତ ଥାଏ । ଏହାର ବିପରୀତ ନେକ୍ସୋର କ୍ରିପଟୋ ବ୍ୟାକଡ କାର୍ଡରେ ଡିଜିଟାଲ ଆସେଟକୁ ସୁକ୍ୟୁରିଟି ଭାବେ ରଖା ଯାଇଥାଏ । ନେକ୍ସୋ ପକ୍ଷରୁ କୁହାଯାଇଛି, ଯେଉଁଠି ସ୍ମାର୍ଟକାର୍ଡ ବ୍ୟବହାର ହୋଇ ପାରୁଥିବ ସେଠାରେ ଏହି କାର୍ଡର ୯୨ ମିଲିୟନ ମାର୍ଚେଣ୍ଟକୁ ବ୍ୟବହାର କରିହେବ । ଏହା ନେକ୍ସୋ ପ୍ରୋଭାଇଡେଡ କ୍ରିପଟୋ ବ୍ୟାକଡ କ୍ରେଡିଟ ଲାଇନ ସହ ସଂଯୁକ୍ତ ରହିବ । କାର୍ଡ ଜରିଆରେ ୟୁଜର୍ସ ନିଜ କ୍ରିପଟୋ ଆସେଟର ୯୦ ପ୍ରତିଶତ ମୂଲ୍ୟ ସମାନ ଖର୍ଚ୍ଚ କରିପାରିବେ ।

ଲାଗିବନି ସୁଧ

ଏହି କାର୍ଡରେ କିଛି ବିଶେଷ ବ୍ୟବସ୍ଥା ରହିଛି । ଏଥିରେ ସବର୍ନିମ୍ନ ପ୍ରେମେଣ୍ଟ ଆବଶ୍ୟକ ନାହିଁ । ମାସିକିଆ ଦେୟ ମଧ୍ୟ ଦେବାକୁ ପଡିବ ନାହିଁ ଓ କାର୍ଡ ଇନଆକ୍ଟିଭ ହୋଇଗଲେ କୌଣସି ପ୍ରକାର ପେନାଲଟି ଲାଗିବ ନାହିଁ । ଏହାବାଦ ଗୋଟିଏ ମାସରେ ୯୦ ହଜାର ୟୁରୋ ଖର୍ଚ୍ଚ ଉପରେ କୌଣସି ଏଫଏକ୍ସ ଫି’ ଲାଗିବ ନାହିଁ । ୟୁଜର୍ସଙ୍କୁ ଯେତିକି କ୍ରେଡିଟ ଲାଇନ ମିଳିବ ତା ଉପରେ ଖର୍ଚ୍ଚ କିମ୍ବା ଉଠାଇବାର ଲିମିଟ ରହିବ ନାହିଁ । ୟୁଜର୍ସ ଯେତିକି କ୍ରେଡିଟ ଲାଇନ ବ୍ୟବହାର କରିବେ ତା’ ଉପରେ ହିଁ ସୁଧ ଦେବେ । ହେଲେ ସର୍ବନିମ୍ନ ୯୦ ପ୍ରତିଶତ ପାଖାପାଖି ଖର୍ଚ୍ଚ ଉପରେ କୌଣସି ସୁଧ ଲାଗିବ ନାହିଁ ।