ନ୍ୟୁଜିଲାଣ୍ଡ ଆଗରେ ୧୨୫ ରନର ବିଜୟ ଲକ୍ଷ୍ୟ

1 min read

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଆଜି ଭାରତ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ଭାରତ ସେମିଫାଇନାଲକୁ ଯିବାକୁ ହେଲେ ଆଜିର ମ୍ୟାଚରେ ଆଫଗାନିସ୍ତାନକୁ ବିଜୟଲାଭ କରିରବାକୁ ହେବ । ଆଜି ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମଧ୍ୟରେ ଲଢ଼େଇ ଜାରି ରହିଛି । ଆଜିର ମ୍ୟାଚରେ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲା ଆଫଗାନିସ୍ତାନ ।  ବ୍ୟାଟିଂ ଆରମ୍ଭରୁ ହିଁ ନିରାଶ କରିଥିଲା ଆଫଗାନିସ୍ତାନ । ଦୁଇ ଓପନର ଆଜି ପୁଣିଥରେ ନିରାଶ କରିଛନ୍ତି । ହାଜରାତୁଲ୍ଲା ଜାଜାଇ ଓ ମହମ୍ମଦ ସେହଜାଦ ଶୀଘ୍ର ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ । ଜାଜାଇ ୨ ରନ କରି ଆଉଟ ହୋଇଥିବା ବେଳେ ସେହଜାଦ ମାତ୍ର ୪ ରନ କରିପାରିଥିଲେ । ତେବେ ଆଫଗାନିସ୍ତାନ ପକ୍ଷରୁ ନଜିବୁଲ୍ଲା ଜାରଦାନ ବିସ୍ଫୋରକ ବ୍ୟାଟିଂ କରି ଆଫଗାନିସ୍ତାନର ସ୍କୋରକୁ ୧୨୪ ରନ ପର୍ଯ୍ୟନ୍ତ ନେଇଥିଲେ ।  ସେ ୪୮ ବଲରେ ୬ ଚୌକା ଓ ୩ ଛକା ସହାୟତାରେ ୭୩ ରନ କରିଥିଲେ ।  ତାଙ୍କ ବ୍ୟତୀତ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବୀ ୧୪ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୩ଟି ଓ୍ବିେକଟ ଅକ୍ତିଆର କରିଥିବାବେଳେ ଟିମ୍ ସାଉଦି ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ । ତେବେ ଆଫଗାନିସ୍ତାନକୁ ଏହି ମ୍ୟାଚକୁ ଜିତିବାକୁ ହେଲେ ଆଫଗାନି ବୋଲରଙ୍କୁ ଦମଦାର ବୋଲିଂ କରିବାକୁ ପଡ଼ିବ ।

 

Leave a Reply