ସରକାର ଆଣିଛନ୍ତି ନୂଆ ପର୍ଯ୍ୟଟନ ନୀତି

1 min read

ଭୁବନେଶ୍ୱର: ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଅଭିଭାଷଣ  ।  ରାଜ୍ୟର ସାମଗ୍ରିକ ବିକାଶକୁ ସକ୍ଷମ କରିବା ପାଇଁ ଏବଂ ବିଭିନ୍ନ ପର୍ଯ୍ୟଟନ ଉତ୍ପାଦ ସୃଷ୍ଟି ପାଇଁ ପୂର୍ବ ବର୍ଷର ବଜେଟ ତୁଳନାରେ ଏହି ବର୍ଷ ୬୮୦ କୋଟି ୬୩ ହଜାର ଟଙ୍କା ବଜେଟରେ ପ୍ରଦାନ କରାଯାଇଛି  । ଏବଂ ପର୍ଯ୍ୟଟନ ବିଭାଗର ବର୍ଷକର ଯୋଜନାକୁ ପ୍ରକାଶ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ  । ରାଜ୍ୟର ପ୍ରାଥମିକତା ଗନ୍ତବ୍ୟସ୍ଥଳର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ୪୩୦.୫୭ କୋଟି ଟଙ୍କା ଆବଣ୍ଟନ ପାଇଁ ପ୍ରସ୍ତାବ ରଖାଯାଇଛି  । ପର୍ଯ୍ୟଟନ ବିଭାଗ ୧୫ଟି ପ୍ରାଥମିକ ପର୍ଯ୍ୟଟନ ସ୍ଥଳିକୁ ଚିହ୍ନଟ କରିଛି  ।

ଯାହା ଏକୀକୃତ ମାଷ୍ଟର ପ୍ଲାନିଂ ଏବଂ ବିକାଶ ମାଧ୍ୟମରେ ବିଶ୍ନ ମାନଦଣ୍ଡରେ ବିକଶିତ ହେବ  । ଏହା ବ୍ୟତୀତ ବିଭିନ୍ନ ଚିହ୍ନିଚ ପର୍ଯ୍ୟଟନ ସ୍ଥଳିର ଭିତ୍ତିଭୂମି ବ୍ୟବଦାନ ଆକଳନ ଉପରେ ଆଧାର କରି ଏହି ବର୍ଷ ମଧ୍ୟରେ ପ୍ରାଥମିକତା ଭିତ୍ତିରେ ସୁବିଧା ଗୁଡିକୁ ନବୀକରଣ କରାଯିବ  । ବୋଟ କ୍ଲବ, ନିମନ୍ତ୍ରଣ ରେଷ୍ଟୁରାଣ୍ଟ, ଇକୋ ରିଟ୍ରିଟ, ବେଳାଭୂମି ଉନ୍ନତିକରଣ, ଫୁଡ୍ କୋର୍ଟ, ଇତ୍ୟାଦି ସ୍ୱତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ  । ଏଥିସହିତ କ୍ୟାମ୍ପିଂ, କାରାଭାନ, ୟଟ୍, କ୍ରିଜ ଇତ୍ୟାଦି ନୂତନ ପଦକ୍ଷେପ ଆରମ୍ଭ କରାଯିବା ନେଇ ଗୃହରେ ପ୍ରକାଶ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ  ।

ସେହିପରି ମନ୍ତ୍ରୀ ଅଭିଭାଷଣରେ କହିଛନ୍ତି, ରାଜ୍ୟ ପର୍ଯ୍ୟଟନର ପ୍ରଚାର ଏବଂ ପ୍ରସାର ପାଇଁ ୧୨୫ କୋଟି ଟଙ୍କା ଆବଣ୍ଟନ ପାଇଁ ସ୍ଥିରୀକୃତ ହୋଇଛି  । ସାରା ଦେଶରେ ବ୍ରାଣ୍ଡ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପାଇଁ ବାହ୍ୟ ବ୍ରାଣ୍ଡିଂ ଇଲେକ୍ଟ୍ରୋନିକ୍ସ, ଡିଜିଟାଲ , ପ୍ରିଣ୍ଟ ଏବଂ ସୋସିଆଲ ମିଡିଆ ଭଳି ବିଭିନ୍ନ ମିଡିଆ ମାଧ୍ୟମରେ ବ୍ରାଣ୍ଡିଂ କରାଯାଉଛି   । ମେଳା ମହୋତ୍ସବ, ଇକୋ ରିଟ୍ରିଟ, ରୋଡ ଶୋ, ଫିଫା ଏବଂ ଏଫଆଇଏଚ ପାଇଁ ପ୍ରାୟୋଜକ, ପର୍ଯ୍ୟଟନ କ୍ଷୁଦ୍ର ଚଳଚ୍ଚିତ୍ରମାନ ପ୍ରସ୍ତୁତି, ଆଇଇସି ସାମଗ୍ରୀ, ସ୍ୱତନ୍ତ୍ର ପ୍ରୋଜ୍ସାହନମୂଳକ ପ୍ରକଳ୍ପ ଚଳିତ ବର୍ଷରେ କରାଯିବ  । ଚଳିତ ବର୍ଷ ବିଭାଗ IRCTC ସହିତ ମିଳିତ ଭାବରେ BNTYY ସ୍କିମର ୫ ତମ ସଂସ୍କରଣ ଅଧୀନରେ ୭ଟି ଯାତ୍ରା ଆୟୋଜନ କରୁଛି  । ଯାହା ପ୍ରାୟ ୬୭୯୦ଜଣ ହିତାଧିକାରୀଙ୍କୁ ଉପକୃତ କରାଯିବ  ।

ଅନ୍ୟପଟେ ବଲାଙ୍ଗୀର ସ୍ଥିତ ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟକୁ ଅନୁଦାନ ପାଇଁ ବିଭାଗ ଆବଶ୍ୟକୀୟ ବଜେଟ ବ୍ୟବସ୍ଥା କରିଛି  । ନୂତନ ଓଡ଼ିଶା ପର୍ଯ୍ୟଟନ ନୀତି ୨୦୨୨କୁ ବେସରକାରୀ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ପାଇଁ ଏକ ପ୍ରୋତ୍ସାହନ ମୂଳକ ଢାଞ୍ଚା ସହିତ ଆରମ୍ଭ କରିଛି  । ଓଡ଼ିଶା ହୋମେଷ୍ଟ ପ୍ରତିଷ୍ଠା ଯୋଜନା ଅନୁଯାୟୀ ହୋମେଷ୍ଟ ମାଲିକଙ୍କୁ ପ୍ରୋତ୍ସାହନ ପାଇଁ ୫ କୋଟି ଟଙ୍କା ବ୍ୟବସ୍ଥା କରାଯାଉଛି  । ବିଭିନ୍ନ ଜଳାଶୟ ବ୍ୟବହୃତ ପାରମ୍ପରିକ କାଠ ଡଙ୍ଗା ନବୀକରଣ ପାଇଁ ପାଞ୍ଚ କୋଟି ଟଙ୍କା ଖର୍ଚ୍ଚ ହେବାନେଇ ବ୍ୟବସ୍ଥା କରାଯାଇଛି  । ସେହିପରି ପ୍ରଶାସନିକ ଖର୍ଚ୍ଚ ବାବଦକୁ ୧୬ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି  ।