spot_img

Latest Posts

Budget 2022: ଏଥର ବଜେଟରେ ନୂଆ ଆୟକର ବ୍ୟବସ୍ଥାରେ ହୋଇପାରେ ପରିବର୍ତ୍ତନ

ନୂଆଦିଲ୍ଲୀ: କିଛି ବର୍ଷ ପୂର୍ବେ ଟ୍ୟାକ୍ସ ସ୍ଲାବରେ ଲାଗୁ ହୋଇଥିଲା ନୂଆ ବ୍ୟବସ୍ଥା । ନୂତନ ବ୍ୟବସ୍ଥାରେ ସବୁ ଡିଡକ୍ସନ୍ ହଟାଇ ଦିଆଯିବା ସହ ଟିକସ ଦର ହ୍ରାସ୍ କରା ଯାଇଥିଲା । ଏହି ନୂଆ ବ୍ୟବସ୍ଥାରେ ବେଶ୍ ଲାଭାନ୍ୱିତ ହୋଇଥିଲେ କର୍ପୋରେଟ୍ କରଦାତା । କିନ୍ତୁ ବ୍ୟକ୍ତିଗତ କରଦାତା ଏହା ପ୍ରତି ସେତେଟା ଆକୃଷ୍ଟ ହୋଇନଥିଲେ । ୨୦୨୧-୨୨ ଆର୍ଥିକ ବର୍ଷରେ ୫.୮୯ କୋଟି କରଦାତା ଆୟକର ରିଟର୍ଣ୍ଣ ଦାଖଲ କରିଥିବା ବେଳେ ସେଥିରୁ ମାତ୍ର ୫ ପ୍ରତିଶତ ନୂଆ ବ୍ୟବସ୍ଥାକୁ ବାଛିଛନ୍ତି । ଏଥର ବଜେଟରେ ବ୍ୟକ୍ତିଗତ କରଦାତାଙ୍କୁ ଆକୃଷ୍ଟ କରିବା ପାଇଁ ବଜେଟରେ ନୂଆ ଟ୍ୟାକ୍ସ ବ୍ୟବସ୍ଥାକୁ ନେଇ କିଛି ଘୋଷଣା ହୋଇପାରେ ।

ଏଥିସହ ପଢ଼ନ୍ତୁ: Budget 2022: ଫେବ୍ରୁଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ୍, ଜାଣନ୍ତୁ ବଜେଟ୍ ଟିମରେ ଅଛନ୍ତି କିଏ କିଏ ?

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହାର ତର୍ଜମା କରାଯିବା ସହ ଜାଣିବାକୁ ଚେଷ୍ଟା କରାଯାଇଛି ଲୋକେ କାହିଁକି ନୂଆ ଟ୍ୟାକ୍ସ ବ୍ୟବସ୍ଥାକୁ ଗ୍ରହଣ କରୁନାହାଁନ୍ତି । ଲୋକଙ୍କୁ ପୁରୁଣା ଓ ଜଟିଳ ବ୍ୟବସ୍ଥାରୁ ମୁକ୍ତି ଦେବା ପାଇଁ ଏଥର ବଜେଟରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ । ଏମିତିରେ ଆଶା କରାଯାଉଛି କିଛି ସର୍ତ୍ତ ସହ ଗୃହଋଣ ସୁଧ ଉପରେ ଟିକସ ଛାଡ଼ ଓ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ର ଫାଇଦା ନୂଆ ଟିକସ ବ୍ୟବସ୍ଥାରେ ସାମିଲ୍ ହୋଇପାରେ ।

 New Tax Regime May Upgrade With Some Effective Changes In This Budget-2022

ଏଥିସହ ପଢ଼ନ୍ତୁ: Union Budget 2022: ବଢ଼ିପାରେ କିଷାନ କ୍ରେଡିଟ୍ କାର୍ଡ ଲିମିଟ୍, ମିଳିପାରେ ଶସ୍ତା ଋଣ

୨୦୨୦ ଫେବ୍ରୁଆରୀ ୧ରେ ନୂଆ ଟ୍ୟାକ୍ସ ବ୍ୟବସ୍ଥା ଲାଗୁ କରିଥିଲେ ସରକାର । ଏହାଦ୍ୱାରା କୌଣସି ପ୍ରକାର ଟିକସ ରିହାତି ପାଇଁ ଆବେଦନ କରୁନଥିବା ଲୋକଙ୍କୁ ଲାଭ ମିଳିଥିଲା । ତେବେ ସେତେବେଳେ ସଞ୍ଚୟ ବା ଜମାକୁ ନେଇ ଆଲୋଚନା ହୋଇଥିଲା । କାରଣ ଅଧିକାଂଶ ଲୋକ ଟିକସରୁ ରକ୍ଷା ପାଇବା ପାଇଁ ସଞ୍ଚୟ କରିଥାନ୍ତି । ଆଉ ଏଥିପାଇଁ ନୂଆ ଟିକସ ବ୍ୟବସ୍ଥା ଏବେ ଯାଏ ପ୍ରାୟତଃ ବିଫଳ ହୋଇଥିବା ବେଳେ ଲୋକେ ପୁରୁଣା ବ୍ୟବସ୍ଥାରେ ଆୟକର ଦେଉଛନ୍ତି ।

ଏଥିସହ ପଢ଼ନ୍ତୁ: Union Budget 2022: ସୁନା, ରୂପା ଉପରେ ହ୍ରାସ ହୋଇପାରେ ଆମଦାନୀ ଶୁଳ୍କ

ନୂଆ ଟିକସ ବ୍ୟବସ୍ଥାରେ, ୨.୫ ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ୁନାହିଁ । ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ଯାଏ ଆୟ ଉପରେ ୫ ପ୍ରତିଶତ,୫ ଲକ୍ଷରୁ ୭.୫ ଲକ୍ଷ ଆୟ ଉପରେ ୧୦ ପ୍ରତିଶତ, ୭.୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଆୟ ଉପରେ ୧୫ ପ୍ରତିଶତ, ୧୦ରୁ ୧୨.୫ ଲକ୍ଷ ଟଙ୍କା ଆୟ ଉପରେ ୨୦ ପ୍ରତିଶତ, ୧୨.୫ ଲକ୍ଷରୁ ୧୫ ଲକ୍ଷ ଆୟ ଉପରେ ୨୫ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ଦେବାକୁ ପଡ଼ୁଛି ।

Latest Posts

Don't Miss