ଆସନ୍ତାକାଲିଠୁ ବଦଳିଯିବ ଏହି ସବୁ ନିୟମ: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଅର୍ଥାତ ଫେବ୍ରୁଆରୀ ପହିଲାରୁ ଲାଗୁ ହେବ କିଛି ନୂଆ ନିୟମ । ବ୍ୟଙ୍କ୍‌ ଏବଂ ରନ୍ଧନ ଗ୍ୟାସ୍‌ ସମ୍ୱନ୍ଧିତ କିଛି ନିୟମରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ଚାକିରି ସମେତ ବ୍ୟବସାୟ ଉପରେ ପଡ଼ିବ । ତେବେ ଜାଣିନିଅନ୍ତୁ କ’ଣ ସବୁ ନୂଆ ନିୟମ ।

ବ୍ୟାଙ୍କ ଅଫ୍‌ ବରୋଦା ଫେବ୍ରୁଆରୀ ୧ ତାରିଖରୁ ଚେକ୍‌ କ୍ଲିୟରାନ୍ସ ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୧ ଫେବୃଆରୀରୁ ଚେକ୍‌ ପେମେଣ୍ଟ ପାଇଁ କନଫର୍‌ମେସନ୍‌ ବାଧ୍ୟତାମୂଳକ ହେବ । କନ୍‌ଫର୍‌ମେସନ୍‌ ନମିଳିଲେ ଚେକ୍‌କୁ ଫେରାଇ ଦିଆଯାଇପାରିବ।

ସେହିପରି ଏସ୍‌ବିଆଇ ଗ୍ରାହକଙ୍କୁ ଏବେ ଟଙ୍କା ଟ୍ରାନ୍ସଫର କରିବା ମହଙ୍ଗା ପଡ଼ିପାରେ । ଏସ୍‌ବିଆଇର ୱେବ୍‌ସାଇଟ୍‌ ଅନୁସାରେ ବ୍ୟାଙ୍କ ୧ ଫେବୃଆରୀରୁ ଆଇଏମ୍‌ପିଏସ ଟ୍ରାଞ୍ଜାକ୍ସନରେ ଏକ ନୂଆ ସ୍ଲାବ୍‌ ଜୋଡ଼ିବାକୁ ଯାଉଛି । ଏହା ୨ ଲକ୍ଷରୁ ୫ ଲକ୍ଷ ଟଙ୍କାର ସ୍ଲାବ୍‌ ରହିବ ।୧ ତାରିଖରୁ ୨ରୁ ୫ ଲକ୍ଷ ଟଙ୍କା ଆଇଏମ୍‌ପିଏସ କଲେ ୨୦ ଟଙ୍କା ଶୁଳ୍କ ସହ ଜିଏସ୍‌ଟି ଦେବାକୁ ପଡ଼ିବ ।

ଏଥି ସହିତ ରନ୍ଧନ ଗ୍ୟାସ୍‌କୁ ନେଇ ମଧ୍ୟ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରତି ମାସ ଆରମ୍ଭର ପହିଲା ତାରିଖରୁ ଏଲ୍‌ପିଜି ଗ୍ୟାସ୍‌ର ଦାମ୍‌ ସ୍ଥିର କରାଯାଇଥାଏ । ଫେବ୍ରୁଆରୀ ୧ରେ ବଜେଟ୍‌ ଉପସ୍ଥାପନ ହେବାକୁ ଯାଉଥିବାରୁ ଏହାକୁ ନେଇ ସମସ୍ତଙ୍କ ନଜର ରହିଛି । ଯଦି ସିଲିଣ୍ଡର ଦାମ୍‌ ବଢ଼େ ତେବେ ଏହାର ସିଧାସଳଖ ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡ଼ିବ । ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳର ଦାମ୍‌ ବାରେଲ୍‌ ପିଛା ୯୦ ଡଲାର୍‌ ପାର୍‌ କରିଛି । ତେଣୁ ଏଲ୍‌ପିଜି ଗ୍ୟାସ୍‌ର ଦାମ୍‌ରେ ବୃଦ୍ଧି ହେବା ନେଇ ଅନୁମାନ କରାଯାଉଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ବାଲାନ୍ସ କମ୍‌ ପାଇଁ ପଡିବ ଫାଇନ୍ । ୧୦୦ ରୁ ୨୫୦ ଟଙ୍କା ବଢିଲା ଫାଇନ୍‌ ଫି’  ।

Leave a Reply