ଓଡ଼ିଶା ଆଥଲେଟିକ୍ସ ଆସୋସିଏସନର ନୂଆ ସଭାପତି ହେଲେ ଜି.ଏସ୍ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ଆଥଲେଟିକ୍ସ ଆସୋସିଏସନର ନବ ନିର୍ବାଚିତ ସଭାପତି ଜି.ଏସ୍ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ବାଣୀବିହାରସ୍ଥିତ ହୋଟେଲ ଶୀତଲ ଠାରେ ଏହି ଉପଲକ୍ଷେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ସାଂସଦ ପଦ୍ମଶୀ ଦିଲ୍ଲୀପ ତିର୍କୀ ଯୋଦେଇ ଜି.ଏସ୍ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଓଡ଼ିଶା ଆଥଲେଟିକ୍ସ ଆସୋସିଏସନର ଉତରୋତର ଉନ୍ନତି ଓ ସଫଳତା କାମନା କରିଥିଲେ।

ସମ୍ମାନିତ ଅତିଥି ରୂପେ ୧୦୦ ମି. ହର୍ଡଲ୍‌ସରେ ଜାତୀୟ କିର୍ତୀମାନ ସ୍ଥାପନ କରିଥିବା କ୍ରୀଡାବିତ୍ ତଥା ଅଲମ୍ପିଆନ୍ ଅନୁରାଧା ବିଶ୍ୱାଳ ଯୋଗ ଦେଇଥିଲେ। ଜି.ଏସ୍ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ ସଫଳତାର ଶୀର୍ଷରେ ପହଞ୍ଚୁ ବୋଲି ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ଜି.ଏସ୍ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଡ. ପଟ୍ଟନାୟକ ଏହି ସମ୍ବର୍ଦ୍ଧନା ପାଇଁ କୃତଜ୍ଞତା ଜ୍ଞାପନ କରିବା ସହିତ ନିଜର ଅଭିଭାଷଣ ରଖିଥିଲେ। ଆଥଲେଟିକ୍ କ୍ରୀଡାରେ ଓଡ଼ିଶା ହେବ ୧ ନମ୍ବର। ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ମାଧ୍ୟମରେ ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ୱେଷଣ କରାଯାଇ ସେମାନଙ୍କୁ ସାମ୍ନାକୁ ଅଣାଯିବ।

Leave a Reply