ବରଦାନ ସାଜିଲା BSKY, ନୂଆ ଜୀବନ ପାଇଲେ ବିଚିତ୍ର

1 min read

ଯାଜପୁର: ବରଦାନ ସାଜିଲା BSKY । ନୂଆ ଜୀବନ ପାଇଲେ ଯାଜପୁରର ବିଚିତ୍ର ବଳ । ଦୀର୍ଘ ଦିନ ଧରି ମୂତ୍ରାଶୟ ସଂକ୍ରମଣ ଜନିତ ରୋଗରେ ପୀଡିତ ଥିଲେ ବିଚିତ୍ର। BSKY କାର୍ଡ ଜରିଆରେ ମାଗଣା ଅସ୍ତ୍ରୋପଚାର ପରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ । ଏନେଇ ରାଜ୍ୟ ସରକାରଙ୍କୁ ଧନ୍ଯବାଦ ପ୍ରଦାନ କରିଛନ୍ତି ପରିବାର ଲୋକେ ।

ଲାଇଫ ଲାଇନ ସାଜିଛି ବିଏସକେୱାଇ କାର୍ଡ । ମାଗାଣାରେ ଚିକିତ୍ସା ପାଇ ସୁସ୍ଥ ହୋଇଛନ୍ତି ଯାଜପୁର ଜିଲ୍ଲା ସୋଲେଇ ଗାଁର ବିଚିତ୍ର ବଳ । ଦୀର୍ଘ ଦିନ ଧରି ମୂତ୍ରାଶୟ ସଂକ୍ରମଣ ଜନିତ ରୋଗରେ ପୀଡିତ ଥିଲେ । ଦିନକୁ ଦିନ ଯନ୍ତ୍ରଣା ବଢ଼ିବା ସହ ଜୀବନ ମରଣ ସହ ସଂଗ୍ରାମ କରୁଥିଲେ । ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ତେବେ BSKY କାର୍ଡ଼ ଜରିଆରେ ରୋଗର ଅସ୍ତ୍ରୋପଚାର ହୋଇପାରିବ ବୋଲି ଜାଣିବା ପରେ ସେ ଗତ ଜାନୁଆରୀ ମାସରେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ବିଚିତ୍ରଙ୍କର ଅସ୍ତ୍ରୋପଚାର ହୋଇଥିଲା । ଅସ୍ତ୍ରୋପଚାର ପରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିପାଇଁ ସେ ରାଜ୍ୟ ସରକାରଙ୍କୁ ଧନ୍ଯବାଦ ପ୍ରଦାନ କରିଛନ୍ତି ।.

ରୋଗରେ ଆକ୍ରାନ୍ତ ହୋଇ ବିଚିତ୍ର ଘରେ ପଡ଼ିଥିବା ବେଳେ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଫଳରେ ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲା ପୂରା ପରିବାର। ତେବେ ଏହି ପରିବାର ପାଇଁ ବରଦାନ ସାଜିଥିଲା ରାଜ୍ୟ ସରକାରଙ୍କ BSKY କାର୍ଡ। ରାଜ୍ୟ ସରକାର ବିଚିତ୍ରଙ୍କ ଚିକିତ୍ସା ଓ ଔଷଧ ପାଈଁ ସମସ୍ତ ଅର୍ଥ ବହନ କରିଥିଲେ। ବର୍ତ୍ତମାନ ବିଚିତ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସ୍ୱାଭାବିକ ଜୀବନ ଯାପନ କରୁଛନ୍ତି।