ସାବଧାନ ! ସୁନା ରଖିଥିଲେ ବୁଡ଼ିଯିବେ

1 min read

ଘରେ ଯଦି ସୁନା ମହଜୁଦ ରଖିଛନ୍ତି ତେବେ ସାବଧାନ ହୁଅନ୍ତୁ । ମୋଦୀ ସରକାର ଆଣିପାରନ୍ତି ଏମିତି ଏକ ଯୋଜନା, ଯାହା ଆପଣଙ୍କୁ ଅସୁବିଧାରେ ପକାଇପାରେ ।

କେନ୍ଦ୍ରସରକାର ଆୟକରର ସର୍ବକ୍ଷମା ଯୋଜନା ଭଳି ସୁନାରେ ମଧ୍ୟ ସର୍ବକ୍ଷମା ଯୋଜନା ଆଣିପାରନ୍ତି । ଏହି  ଯୋଜନା ଲାଗୁ ହେଲେ ଆପଣ ଏକ ନିର୍ଦ୍ଦିଷ୍ଟ ତାରିଖ ଭିତରେ ପାଖରେ ଥିବା ସମୁଦାୟ ସୁନାର ସୂଚନା ଦେବାକୁ ପଡ଼ିବ । ସରକାରୀ ନିର୍ଦ୍ଧାରିତ ପରିମାଣରୁ ଅଧିକ ସୁନା ରଖିଥିଲେ ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ । ଟ୍ୟାକ୍ସ ଦେବା ପରେ ଆପଣଙ୍କ ପାଖରେ ଥିବା ଅବୈଧ ସୁନା ବୈଧ ହୋଇଯିବ ।

କୁହାଯାଉଛି କି, କଳାଧନକୁ ସୁନା ଆକାରରେ ରଖାଯାଇଛି । ତେଣୁ ଏହି ଯୋଜନା କଳାଧନ ରୋକିବାରେ ସାହାଯ୍ୟ କରିପାରେ । ତେବେ ଅର୍ଥମନ୍ତ୍ରାଳୟ ଏନେଇ ଏକ ପ୍ରସ୍ତାବ କ୍ୟାବିନେଟକୁ ପଠେଇସାରିଛି  । ଯଦି କ୍ୟାବିନେଟ ଏହି ପ୍ରସ୍ତାବକୁ ମଞ୍ଜୁରି ଦିଏ ତେବେ ଏହି ନିୟମକୁ ଲାଗୁ କରାଯିବ ।

ତେବେ ଅନୁମାନ କରାଯାଉଛି ଯେ, ଜଣେ ବିବାହିତ ମହିଳା ନିଜ ନାଁରେ ୨୫୦ଗ୍ରାମ ସୁନା ରଖିପାରିବେ । ସେହିପରି ଜଣେ ପୁରଷ ୧୫୦ଗ୍ରାମ୍ ଏବଂ ପିଲାମାନଙ୍କ ନାଁରେ ସର୍ବାଧିକ ୧୦୦ଗ୍ରାମ ପର୍ଯ୍ୟନ୍ତ ସୁନା ରଖାଯାଇପାରିବ  । କିନ୍ତୁ ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ କୌଣସି ଘୋଷଣା କରାଯାଇ ନାହିଁ ।

ଭାରତୀୟଙ୍କ ପାଖରେ ସମୁଦାୟ ୨୦ହଜାର ଟନ୍ ସୁନା ରହିଥିବା ଅନୁମାନ କରାଯାଉଛି ।

 

କହିରଖୁଛୁ କି, ପ୍ରଥମେ କଳାଧନ ରୋକିବାକୁ ନୋଟବନ୍ଦୀ କରାଯାଇଥିଲା  । ସେଥିରେ କେନ୍ଦ୍ର ସରକାରଙ୍କୁ ଆଶାନୁରୂପ ସଫଳତା ନମିଳିବାରୁ ଏମିତି ଏକ ଯୋଜନା କରିପାରନ୍ତି କେନ୍ଦ୍ରସରକାର । ତେବେ ବର୍ତ୍ତମାନ ଏମିତି ଏକ ପରିସ୍ଥିତିର ସାମ୍ନା କରିପାରନ୍ତି ଆପଣମାନେ । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.