ଚୌଦ୍ୱାର ଜେଲ୍‌ରେ ମିଳିବ ତିହାର ଜେଲ୍ ସୁବିଧା: ପରିବାର ଲୋକଙ୍କ ସହ କଥା ହୋଇପାରିବେ କଏଦୀ

ଚୌଦ୍ୱାର ଜେଲରେ ମିଳିବ ତିହାର ଜେଲ ଭଳି ସୁବିଧା । ଟେଲିଫୋନରେ ପରିବାର ଲୋକଙ୍କ କଥା ହେବାକୁ କଏଦୀକୁ ମିଳିବ ଅନୁମତି । ପ୍ରତି କଏଦୀ ଦୁଇଟି ଲେଖାଏଁ ନମ୍ବରରେ କଥା ହୋଇପାରିବେ । ଏହି ସମୟରେ ମାତ୍ର ୫ ମିନିଟ୍ ପାଇଁ ସେମାନେ କଥା ହୋଇପାରିବେ । ଯାହା ସହ କଥା ହେବେ ସେମାନଙ୍କର ନମ୍ବର ଜେଲ୍ ପ୍ରଶାସନ ପାଖରେ ରହିବ । ସୁରକ୍ଷାକୁ ଦୃଷ୍ଟିରେ ରଖି କଲ୍ ରେକଡିଂ ବ୍ୟବସ୍ଥା କରାଯିବ । ପାଇଲଟ୍ ପ୍ରୋଜେକ୍ଟ ମାଧ୍ୟମରେ ଜେଲ୍ କର୍ତ୍ତୃପକ୍ଷ ଏହି ବ୍ୟବସ୍ଥା କରିବେ । ଏଥିସହ ସୁରକ୍ଷିତ ବାତାବରଣ ପାଇଁ ଭୁବନେଶ୍ୱର ଓ ଚୌଦ୍ୱାର ଜେଲ୍‌ରେ ୨୦ ଜଣଙ୍କ ଦେହରେ କ୍ୟାମେରା ଲାଗିବ । ଜେଲ୍‌ରେ ଯେଉଁ ଅଞ୍ଚଳରେ କ୍ୟାମେରା ଲାଗିନାହିଁ ସେଠାରେ ମଧ୍ୟ କ୍ୟାମେରା ଲଗାଯିବ ।

କ୍ୟାସଲେସ୍ ଟ୍ରାଞ୍ଜାକ୍ସନ ପାଇଁ ସ୍ମାର୍ଟକାର୍ଡର ବ୍ୟବସ୍ଥା ହେବ । ଜେଲ୍ କ୍ୟାଣ୍ଟିନରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ଜେଲରେ ସର୍ଭେଲାନ୍ସକୁ ଉନ୍ନତ କରିବାକୁ ଜେଲ୍ ପରିସରରେ ଡ୍ରୋନ୍ ଉଡାଇବାକୁ ମଧ୍ୟ ଯୋଜନା ରଖାଯାଇଛି । ଅନ୍ୟ ରାଜ୍ୟର ଜେଲ୍ ଭଳି ଭିଡିଓ ଓ୍ୱାଲଣ ମଧ୍ୟ ବ୍ୟବସ୍ଥା କରାଯିବ ।

Leave a Reply