spot_img

Latest Posts

ଜଜଙ୍କ ଲାଗି ପଞ୍ଚତାରକା ହୋଟେଲରେ ବେଡ୍ ମାଗିନୁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ହାଇକୋର୍ଟର ବିଚାରପତିଙ୍କ ପାଇଁ ଅଶୋକ ହୋଟେଲରେ ରୁମ୍ ବୁକିଂ କରିବା ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ବିଚାରପତିଙ୍କ ପାଇଁ ପଞ୍ଚ ତାରକା ହୋଟେଲରେ ୧୦୦ ବେଡର ସୁବିଧା  କେବେ ମଗାଯାଇନଥିଲା ।

ଆମେ ଗଣମାଧ୍ୟମ ଜରିଆରେ ଏସମ୍ପର୍କରେ ଖବର ପାଇଲୁ ବୋଲି ହାଇକୋର୍ଟ କହିଛନ୍ତି । ଯେଉଁ ଜାଗାରେ ଲୋକଙ୍କୁ ବେଡ୍ ମିଳିପାରୁନି ସେଭଳି ସ୍ଥିତିରେ ଆମେ ଏଭଳି ଦାବି କେବେ କରିପାରିବୁ କି? ଆପଣ ନିଜେ ଭାବନ୍ତୁ । ଗଣମାଧ୍ୟମ ଭୁଲ୍ ହୋଇପାରିବ ନାହିଁ, ସରକାରଙ୍କ ନିର୍ଦ୍ଦେଶ ଭୁଲ୍ । କରୋନା ସଙ୍କଟ ବେଳେ ଆପଣ କୌଣସି ଗୋଟିଏ ବର୍ଗକୁ କିଭଳି ସୁବିଧା ଯୋଗାଇ ପାରିବେ । ଏନେଇ ଦିଲ୍ଲୀ ସରକାରଙ୍କୁ ନୋଟିସ୍ କରାଯାଇଥିବା ବେଳେ ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ହେଲେ ଏହା ପଛରେ କୗେଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ବୋଲି ସରକାର କହିଛନ୍ତି । ତେବେ ଏହି ନିର୍ଦ୍ଦେଶ ତୁରନ୍ତ ପ୍ରତ୍ୟାହାର କରିନେବା ଭଲ ହେବ ବାେଲି ହାଇକୋର୍ଟ କହିଛନ୍ତି। ଯାହା ପରେ ଏହି ନିର୍ଦ୍ଦେଶ ତୁରନ୍ତ ପ୍ରତ୍ୟାହାର କରିବୁ ବୋଲି ସରକାର କହିଥିବା ବେଳେ ଗୁରୁବାର ଦିନ ଏହି ମାମଲାର ଶୁଣାଣି ହେବ।

ଅମ୍ଳଜାନ ଅଭାବରୁ ପ୍ରାଣ ହରାଇଥିବା ରୋଗୀଙ୍କ ତଥ୍ୟ ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ ମାଗିଛନ୍ତି । ସରକାର ରୋଗୀଙ୍କ ନାମ, ୱାର୍ଡ/କୋଠରୀ, ସମୟ ଏବଂ ମୃତ୍ୟୁର କାରଣ ଆଦିକୁ ଚାରି ଦିନ ମଧ୍ୟରେ ଏକ ଆଫିଡେଭିଟରେ ଦେବାକୁ କହିଛନ୍ତି । ସେମାନଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ ବୋଲି ହାଇକୋର୍ଟ କହିଛନ୍ତି।

ସମସ୍ତ ଫାର୍ମାସିରୁ ରେମିଡିସିଭିର, ଡେକ୍ସାମେଥାସୋନ ଏବଂ ଫେବିଫ୍ଲୁ ଯୋଗାଣର ରେକର୍ଡ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଯେପରି କୗେଣସି କଳାବଜାରୀ ନହୁଏ ସେନେଇ ଅଡିଟ୍ କରିବାକୁ କହିଛନ୍ତି।

Latest Posts

Don't Miss