୪ମାସ ଘୁଞ୍ଚିଲା NEET- ପିଜି ପରୀକ୍ଷା, ପିଏମଓ ପକ୍ଷରୁ ସୂଚନା

1 min read

ନୂଆଦିଲ୍ଲୀ: ୪ମାସ ଘୁଞ୍ଚିଲା NEET- ପିଜି ପରୀକ୍ଷା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଞ୍ଚାଯାଇଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଯେଉଁ ମେଡିକାଲ ଛାତ୍ରମାନେ ୧୦୦ଦିନ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟକରିଥିବେ ସେମାନେ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ଦଆଯିବକୁ ନିଷ୍ପତ୍ତି ହୋଇଛି ।

ସେହିଭଳି ହାଉସ ସର୍ଜନମାନଙ୍କୁ କୋଭିଡ୍ ପରିଚାଳନା ଦାୟିତ୍ୱ ଦିଆଯିବ । ଶେଷ ବର୍ଷ MBBS ଛାତ୍ରଛାତ୍ରୀମାନଙ୍କୁ ଆଇସୋଲେସନରେ ଥିବା କୋଭିଡ ରୋଗୀଙ୍କୁ ଟେଲି କନସଲଟେସନ କାର୍ଯ୍ୟରେ ନିୟୋଜିତ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଯେଉଁ ମେଡିକାଲ କର୍ମଚାରୀ ୧୦୦ ଦିନ କୋଭିଡ୍ ହସ୍ପିଟାଲରେ କାମ କରିଥିବେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ କୋଭିଡ୍ ସେବା ସମ୍ମାନରେ ପ୍ରଦାନ କରାଯିବା ପାଇଁ ବି ନିଷ୍ପତ୍ତି ହୋଇଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ରହିଛି ।

Leave a Reply