ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ, ପ୍ରଥମଥର ପାଇଁ ପଦକ ଆଣିଲେ ନୀରଜ

Neeraj Chopra Clinch Gold In Javelin Throw

ଟୋକିଓ: ଆଶା, ଆଙ୍କାକ୍ଷା ଓ ଉତ୍କଣ୍ଠାର ଅନ୍ତ ହୋଇଛି । ୧୨୧ ବର୍ଷର ସଂଘର୍ଷ ପରେ ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ନୀରଜ ଚୋପ୍ରା । ୮୭.୫୮ ମିଟର ବେଷ୍ଟ ଜାଭେଲିନ୍ ଥ୍ରୋ ସହ ନୀରଜଙ୍କୁ ଏହି ସଫଳତା ମିଳିଛି । ପ୍ରଥମଥର ପାଇଁ ଭାରତକୁ ଜାଭେଲିନ୍ ଥ୍ରୋରେ ପଦକ ମିଳିଛି, ତାହା ପୁଣି ସ୍ୱର୍ଣ୍ଣ । ୧୯୨୦ ମସିହାରେ ପ୍ରଥମ ଥର ପାଇଁ ଅଲମ୍ପିକ ଜାଭେଲିନ୍ ଥ୍ରୋରେ ଭାରତ ଭାଗ ନେଇଥିଲା । ସେବେଠୁ କେବେ ଭାରତ ଜାଭେଲିନ୍ ଥ୍ରୋରେ ପଦକ ପାଇନଥିଲା ।

Neeraj Chopra Clinch Gold In Javelin Throw

୧୨୧ ବର୍ଷର ଅଧୁରା ସ୍ୱପ୍ନକୁ ପୂରଣ କରିଛନ୍ତି ନୀରଜ ଚୋପ୍ରା । ଜାଭେଲିନ୍ ଥ୍ରୋରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ନୀରଜଙ୍କ ସଫଳତାକୁ ନେଇ ଦେଶ ସାରା ଉତ୍ସାହ ଖେଳି ଯାଇଛି । ଏଥିସହ ଚଳିତ ଅଲମ୍ପିକରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଟୋକିଓ ଅଲମ୍ପିକରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି କାଂସ୍ୟ ମିଳିଛି ।

ଏଥିସହ ପଢ଼ନ୍ତୁ: ସୁନା ପାଇଁ ଭାରତର ଛାତି ଧଡ଼ ଧଡ଼

ଜାଭେଲିନ୍ ଥ୍ରୋରେ ନୀରଜ ପ୍ରଥମ ରାଉଣ୍ଡରେ ୮୭.୦୩, ଦ୍ୱିତୀୟ ରାଉଣ୍ଡରେ ୮୭.୫୮ ଓ ତୃତୀୟ ରାଉଣ୍ଡରେ ୭୬.୭୯ ମିଟର ଜାଭେଲିନ୍ ଥ୍ରୋ କରିଥିଲେ । ଚତୁର୍ଥ ଓ ପଞ୍ଚମ ରାଉଣ୍ଡ ଜାଭେଲିନ୍ ଥ୍ରୋ ଗଣତି ହୋଇ ନଥିଲା । ଫାଇନାଲରେ ନୀରଜଙ୍କ ସହ ୧୨ ଜଣ ଖେଳାଳି ଭାଗ ନେଇଥିଲେ । ସମସ୍ତଙ୍କୁ ମାତ୍ ଦେଇ ନୀରଜ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ।

Leave a Reply