ଡିଜିଟାଲ୍ ହେଉଛି ଦେଶ, ସେପଟେ ବଢୁଛି ଅନଲାଇନ୍ ଠକେଇ

1 min read

ସାଇବର ଠକଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ଦେଶ ଡିଜିଟାଲ୍ ହେଉଥିବା ବେଳେ ଅନଲାଇନ୍ ଠକେଇ ମଧ୍ୟ ବଢୁଛି । ନିକଟରେ National crime record Bureau ଜାରି କରିଥିବା ରିପୋର୍ଟ ଅନୁଯାୟୀ ଭାରତରେ ସାଇବର ଅପରାଧର ବୃଦ୍ଧି ଅଧିକ ହୋଇଛି । ୨୦୧୭ରେ ହୋଇଥିବା ସାଇବର ଅପରାଧର ରିପୋର୍ଟ ଜାରି କରିଛି NCRB । ସାଇବର ଠକ ବିଭିନ୍ନ ଉପାୟରେ ଲୋକଙ୍କୁ ଅନଲାଇନ ଜରିଆରେ ଠକି ଚାଲିଛନ୍ତି । କେତେବେଳେ ଏଟିଏମ ପିନ୍ ଏବଂ ଓଟିପି ମାଗି ତ ଆଉ କେତେବେଳେ ଅନଲାଇନ ବ୍ୟାଙ୍କିରେ ହେଉଛି ଠକେଇ । ଏଭଳି ଠକେଇ ରେ ଆମ ରାଜ୍ୟ ଓଡିଶା ଦେଶର ୫ଟି ରାଜ୍ୟ ମଧ୍ୟରେ ରହିଛି ।

ଏଟିଏମ ସଂପର୍କିତ ଠକେଇ

—————————–
ମହାରାଷ୍ଟ୍ର- ୫୯୮ ମାମଲା
ବିହାର -୩୨୪ ମାମଲା
ଓଡ଼ିଶା-୧୬୮ ମାମଲା
ଉତ୍ତର ପ୍ରଦେଶ-୧୨୦ ମାମଲା
ତେଲେଙ୍ଗାନା-୫୬ ମାମଲା

ସେହିପରି ଅନଲାଇନ ବ୍ୟାଙ୍କିଂ ଠକେଇରେ ୨ୟ ସ୍ଥାନରେ ରହିଛି ଓଡ଼ିଶା ।

ଅନଲାଇନ ବ୍ୟାଙ୍କି ଠକେଇ

———————————-

ମହାରାଷ୍ଟ୍ର-୩୪୫ ମାମଲା
ଓଡ଼ିଶା-୧୧୬ ମାମଲା
ତେଲେଙ୍ଗାନା-୧୧୧
ଉତ୍ତରପ୍ରଦେଶ-୬୯ ମାମଲା
ଗୁଜରାଟ-୪୨ ମାମଲା

ଫେକ ନ୍ୟୁଜ୍ ବା ଗୁଜବ ଖବରକୁ ସୋସିଆଲ ମିଡିଆରେ ପ୍ରଚାର କରିବା ଅନେକଙ୍କ ଅଭ୍ୟାସ ପାଲଟି ଯାଇଛି । ପୋଲିସ ଥାନାରେ କମ୍ ମାମଲା ପହଞ୍ଚୁଥିଲେ ବି ଓଡ଼ିଶାରେ ୧୩ଟି ମାମଲା ପଞ୍ଜିକୃତ ହୋଇଛି । ଜନସାଧାରଣ ସଚେତନ ରହିଲେ ଏଭଳି ଠକାମିରୁ ମୁକ୍ତି ପାଇପାରିବେ ବୋଲି ବାରମ୍ବାର ସରକାର ଓ ବିଭିନ୍ନ ବିଭାଗ ବିଜ୍ଞାପନ ମାଧ୍ୟମରେ ସଚେତନ କରାଉଛନ୍ତି।

 

                  ଅନୁଜ ଦାସ ')}

Leave a Reply