ଦୁଷ୍କର୍ମ ମାମଲାରେ ରାଜସ୍ଥାନ ପ୍ରଥମ, ଯୋଗୀଙ୍କ ଉତ୍ତରପ୍ରଦେଶ ଦ୍ୱିତୀୟ

1 min read

ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ସାରା ଦେଶରେ ୨୦୨୦ ମସିହାରେ ଘଟିଥିବା ଅପରାଧର ତଥ୍ୟ ପ୍ରକାଶ ପାଇଛି।  ଏହି ଆକଳନ ଅନୁଯାୟୀ ରାଜସ୍ଥାନ ସର୍ବାଧିକ ଦୁଷ୍କର୍ମ ମାମଲାରେ ଶୀର୍ଷରେ ରହିଛି। ଯେଉଁଠି ୫ ହଜାର ୩୧୦ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି। ଏହି ତାଲିକାରେ ଉତ୍ତରପ୍ରଦେଶ ୨ହଜାର ୭୯୬ଟି ମାମଲା ସହ ଦ୍ୱତୀୟ ସ୍ଥାନରେ ରହିଛି।

NCRB ଅନୁଯାୟୀ, ୨୦୨୦ରେ ସାରା ଦେଶରେ ମହିଳାଙ୍କ ପ୍ରତି ୩ ଲକ୍ଷ ୭୧ ହଜାର ୫୦୩ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି।  ଯାହାକି ୨୦୧୯ ତୁଳନାରେ କମ୍ । ୨୦୧୯ରେ ୪ ଲକ୍ଷ ୫ ହଜାର ୩୨୬ ମାମଲା ପଞ୍ଜିକୃତ ହୋଇଥିଲା। ଏଥି ସହିତ, ୨୦୨୦ରେ ଦେଶରେ ୨୮ ହଜାର ୪୬ଟି କେବଳ ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି। ଅର୍ଥାତ୍ ପ୍ରତିଦିନ ହାରାହାରି ୭୭ ବଳାତ୍କାର ମାମଲା ପଞ୍ଜିକୃତ ହୋଇଛି।

ତେବେ ଦେଖିବାକୁ ଗଲେ ଦୁଷ୍କର୍ମ ମାମଲା ୨୦୧୯ ତୁଳନାରେ ହ୍ରାସ ପାଇଛି। ତଥାପି ପରିସ୍ତିତି ସୁଧୁରି ନାହିଁ। ଗତ ବର୍ଷ ମଧ୍ୟ ରାଜସ୍ଥାନ ଦୁଷ୍କର୍ମ ମାମଲାରେ ଶୀର୍ଷରେ ରହିଥିଲା। ୨୦୧୯ରେ ରାଜସ୍ଥାନରେ ୫ ହଜାର ୯୯୭ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିଲା। ଗତବର୍ଷ ମଧ୍ୟ ଉତ୍ତରପ୍ରଦେଶ ଦ୍ୱିତାୟ ଓ ତୃତୀୟ ସ୍ଥନରେ ଥିଲା ମଧ୍ୟପ୍ରଦେଶ।

ସୂଚନାଯୋଗ୍ୟ, NCRB ଅନୁଯାୟୀ ଦେଶରେ ୨୦୨୦ରେ ସାରା ଦେଶରେ ୨୯ ହଜାର ୧୯୩ଟି ହତ୍ୟା ମାମଲା ରୁଜୁ ହୋଇଛି । ସେହିପରି ଶିଶୁ ଅପହରଣ ଓ ମୁଣ୍ଡଜାମିନ ଘଟଣା ମଧ୍ୟ ବୃଦ୍ଧି ପାଇଛି। ଜାତିଆଣ ମାମଲା ୨୦୧୯ ତୁଳନାରେ ଗତବର୍ଷ ସାରା ଦେଶରେ ବଢିଛି । ୨୦୨୦ରେ ୫୦ ହଜାର ୩୫ଟି ଘଟିଛି ସାଇବର ଠକେଇ । ପରିବେଶ ସମ୍ବନ୍ଧିତ ଅପରାଧ ପୂର୍ବ ବର୍ଷ ତୁଳନାରେ ୭୮ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ୨୦୧୯ ତୁଳନାରେ ଦେଶରେ କମିଛି ଜମିବାଡ଼ି ସଂକ୍ରାନ୍ତୀୟ ମାମଲା। ଦେଶରେ ନକଲି ନୋଟ କାରବାର ପୂର୍ବ ବର୍ଷ ତୁଳନାରେ ୧୯୦ ପ୍ରତିଶତ ବୃଦ୍ଧି ପାଇଥିବା NRCB ରିପୋର୍ଟ ରେ ପ୍ରକାଶ ପାଇଛି।

Leave a Reply