ନବୀନ ମନ୍ତ୍ରୀମଣ୍ଡଳର ସାମୁହିକ ଇସ୍ତଫା, କାଲି ୧୧.୪୫ରେ ଶପଥ ଗ୍ରହଣ

ଭୁବନେଶ୍ୱର:  ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ସମସ୍ତ ମନ୍ତ୍ରୀ  । ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଥିବା ୨୦ ଜଣ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି  । ସେପଟେ ଆସନ୍ତା ମଧ୍ୟାହ୍ନ ୧୧.୪୫ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ନୂତନ ମନ୍ତ୍ରୀ ମଣ୍ଡଳରେ କିଏ ସାମିଲ ହେବେ ଏବଂ କାହାକୁ ସଂଗଠନ ଦାୟିତ୍ୱ ପ୍ରଦାନ କରାଯିବ ତାହା ଜଣାପଡିନାହିଁ  ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରର ପ୍ରତି ପାଳିରେ ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ କରିଛନ୍ତି  । ସେହିକ୍ରମରେ ଚଳିତ ଥର ମଧ୍ୟ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି  । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଛନ୍ତି  । ଏବଂ ସମସ୍ତ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି  ।