ନନ୍ଦିଘୋଷ ବ୍ୟୁରୋ: ଶାରଦୀୟ ନବରାତ୍ରର ଆଜି ପ୍ରଥମ ଦିନରେ ପ୍ରାଚୀତଟ ବାସିନୀ ତଥା ପୁରୀ ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ କାକଟପୁର ବାସିନୀ ମା’ ମଙ୍ଗଳା ପୀଠରେ ଭକ୍ତିର ମହା ସମାରୋହ। ଆଜି ପ୍ରତିପଦା ତିଥି, ଶୈଳପୁତ୍ରୀଙ୍କ ପୂଜା । ଭୋର ୪ ଟାରୁ ମଙ୍ଗଳ ଆଳତି, ଅବକାଶ ନୀତି, ବଲ୍ଲଭ, ମଇଲମ ଓ ସକାଳ ଧୂପ ପରେ ଖୋଲିଛି ମା’ଙ୍କ ସିଂହଦ୍ୱାର। ହଜାର ହଜାର ଶ୍ରଦ୍ଧାଳୁ ସକାଳୁ ଧାଡିରେ ଠିଆ ହୋଇ ମା’ଙ୍କ ଦର୍ଶନ କରୁଛନ୍ତି। ପୀଠରେ ଢୋଲ, ମୃଦଙ୍ଗ, ଘଣ୍ଟ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ପରିବେଶ। ଦିନରେ ମା’ଙ୍କ ନିକଟରେ ନବପତ୍ରିକା ପୂଜା ଓ ଚଣ୍ଡୀପାଠ ଆରମ୍ଭ ହେବ। ଭକ୍ତମାନେ ମାନସିକ ରଖି ଅଖଣ୍ଡ ଦୀପ ଦାନ କରୁଛନ୍ତି।

