ମହାକାଶରେ ଇତିହାସ ରଚିଲା ନାସା, ଦୁଇ ମହାକାଶଚାରୀଙ୍କୁ ସଫଳତା ପୂର୍ବକ ସ୍ପେସ୍ ପଠାଇଲା ଆମେରିକା

1 min read

ଯୁକ୍ତରାଷ୍ଟ୍ର ଆମେରିକା: ମହାକାଶରେ ଇତିହାସ ରଚିଲା ନାସା । ନାସା ଓ ସ୍ପେସ ଏକ୍ସର ମିଳିତ ଉଦ୍ୟମୃରେ ପ୍ରସ୍ତୁତ ଡେମୋ- ୨ ମିଶନରେ ୨ ମହାକାଶଚାରୀଙ୍କୁ ମହାକାଶ ପଠାଇଛି ଆମେରିକା । ପ୍ରଥମ ଥର ପାଇଁ ଆମେରିକା ନିଜ ଏୟାରକ୍ରାଫ୍ଟ କଂପାନୀ ସ୍ପେସ ଏକ୍ସ ଦ୍ଵାରା ପ୍ରସ୍ତୁତ ଡ୍ରାଗନ ସ୍ପେଶକ୍ରାଫ୍‌ଟରେ ଅନ୍ତରୀକ୍ଷକୁ ଯାଇଛନ୍ତି ଦୁଇ ବିଜ୍ଞାନୀ ।

ରବର୍ଟ ବେହେନକେନ୍‌ ଓ ଡଗଲ୍ସ ହର୍ଲେଙ୍କୁ ନେଇ ମହାକାଶ ଯାଇଛି ଆମେରିକୀୟ ସ୍ପେସ କ୍ରାଫ୍ଟ । ଡ୍ରାଗନ ସ୍ପେଶକ୍ରାଫଟ ସଫଳତା ପୂର୍ବକ ପୃଥିବୀର କକ୍ଷ ପଥରେ ପହଞ୍ଚିଥିବା ବେଳେ, ୨ ମହାକାଶଚାରୀ ସୁସ୍ଥ ଥିବା ଆମେରିକା ରାଷ୍ଟ୍ରପତି ସୂଚନା ଦେଇଛନ୍ତି ।  ସେପଟେ ମିଶନ ସଫଳ ହେବା ଦ୍ଵାରା ଆମେରିକାକୁ ଆଉ ମହାକାଶ କାର୍ଯ୍ୟକ୍ରମ ପାଇଁ ଋଷ କିମ୍ବା ୟୁରୋପୀୟ ଦେଶ ଗୁଡିକ ଉପରେ ନିର୍ଭର କରିବାକୁ ପଡିବ ନାହି ବୋଲି ଟ୍ରମ୍ଫ କହିଛନ୍ତି ।

ମହାକାଶଚାରୀ ଦ୍ୱୟ ୧୧୦ ଦିନ ପର୍ଯ୍ୟନ୍ତ ମହାକାଶରେ ରହି ଗବେଷଣା କରିବାର କାର୍ଯ୍ୟକ୍ରମ ରହିଛି । ଡ୍ରାଗନ ସ୍ପେଶକ୍ରାଫଟ୍‌ର କ୍ୟାପସୁଲରେ ସର୍ବାଧିକ ୨୧୦ ଦିନ ପର୍ଯ୍ୟନ୍ତ ମହାକାଶରେ ରହିପାରିବେ ବୋଲି ନାସା ପକ୍ଷରୁ କୁହାଯାଇଛି ।

Leave a Reply