ପୃଥିବୀରୁ ଦେଖାଯାଉଥିବା ଚନ୍ଦ୍ରର ଏହି ଅଂଶରୁ ମିଳିଲା ଜଳ
1 min readୱାସିଂଟନ: ଚନ୍ଦ୍ରରେ ମାନବ ମିଶନ ସଫଳ କରିବାକୁ ଆଉ ପାଦେ ଆଗକୁ ବଢିଲା ନାସାର । କାରଣ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ କରିଛି ନାସା । ମୁଖ୍ୟକଥା ହେଉଛି ଏହି ଜଳ ସେହି ସ୍ଥାନରେ ଦେଖାଯାଇଛି ଯେଉଁଠାରେ ସୂର୍ଯ୍ୟକିରଣ ପଡ଼ିଥାଏ । ତେବେ ପର୍ଯ୍ୟବେକ୍ଷଣ ଯାନ ସୋଫିଆ ଜରିଆରେ ଜଳର ସନ୍ଧାନ ମିଳିଥିବା ନେଇ ନାସା ପକ୍ଷରୁ ଦାବି କରାଯାଇଛି । ଛୋଟ ଛୋଟ ଆକାରର କାଚ କଣିକା ପରି ଜଳ ରହିଥିବା ସୂଚନା ମିଳିଛି ।
ଚନ୍ଦ୍ରପୃଷ୍ଠରେ ୧୪.୬ ମିଲିୟନ୍ ବର୍ଗମାଇଲ୍ ଅଞ୍ଚଳରେ ଜଳ ରହିଛି । ପ୍ରତି ଘନମିଟର ମାଟିରେ ୧୨ ଆଉନ୍ସ ବିଶିଷ୍ଟ ବୋତଲର ପାଣି ଥିବା ଆକଳନ କରାଯାଇଛି । ଚନ୍ଦ୍ରପୃଷ୍ଠରେ ମିଳିଥିବା ଜଳର ପରିମାଣ ଆଫ୍ରିକାର ସାହାରା ମରୁଭୂମି ତୁଳନାରେ ଶହେ ଗୁଣ କମ୍ ବୋଲି ଜଣାପଡିଛି । ସୂର୍ଯ୍ୟକିରଣ ପଡୁଥିବା ଅଞ୍ଚଳରେ ପାଣି ଥିବା ନେଇ ସୂଚନା ମିଳିଛି । ଜଳର ସନ୍ଧାନ ଚନ୍ଦ୍ର ଅଭିଯାନ ପାଇଁ ସହାୟକ ହେବ ।
? ICYMI… using our @SOFIATelescope, we found water on the Moon's sunlit surface for the first time. Scientists think the water could be stored inside glass beadlike structures within the soil that can be smaller than the tip of a pencil. A recap: https://t.co/lCDDp7pbcl pic.twitter.com/d3CRe96LDm
— NASA (@NASA) October 26, 2020
ଏଥିସହ ରକେଟ୍ ଇନ୍ଧନ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଏହାର ଉପଯୋଗ କରାଯିବ । ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ପୃଥିବୀରୁ ଦେଖାଯାଉଥିବା ବିରାଟ ବଡ଼ ଗର୍ତ୍ତ କ୍ଲେଭିୟର୍ସ କ୍ରେଟରରେ ଜଳ କଣିକା ଥିବା ନେଇ ସୂଚନା ମିଳିଛି । ପୂର୍ବରୁ ହୋଇଥିବା ଗବେଷଣାରେ ଚନ୍ଦ୍ରପୃଷ୍ଠରେ ହାଇଡ୍ରୋଜେନ୍ର ଅବସ୍ଥିତି ନେଇ ସୂଚନା ମିଳିଥିଲା । ତେବେ ହାଇଡ୍ରକ୍ସିଲ୍ର ସନ୍ଧାନ ମିଳିନଥିଲା । ୨୦୨୪ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ମାନବ ମିଶନ୍ ପାଇଁ ପ୍ରସ୍ତୁତି କରୁଛି ନାସା ।