ନାସାର ମୁନ୍‌ ମିଶନ କାଉଣ୍ଟଡାଉନ ଆରମ୍ଭ, ଆଜି ପୃଥିବୀକୁ ଫେରି ଆସିବ ଆର୍ଟେମିସ-୧

1 min read

ୱାଶିଂଟନ: ଆଜି ପୁରା ହେବ ନାସାର ମୁନ ମିଶନ । ରାତି ୧୧ଟା ବାଜି ୧୦ ମିନିଟରେ ପୃଥିବୀକୁ ଫେରିଆସିବ ଆର୍ଟେମିସ-୧ । ୨୫ ଦିନ ୧୦ ଘଣ୍ଟା ୫୩ ମିନିଟର ଯାତ୍ରା ସାରି ଫେରିବ ନାସା SLS ରକେଟ୍ । କେନେଡି ସ୍ପେସ ଷ୍ଟେସନରୁ ଏହି ରକେଟ୍‌ ଉତକ୍ଷେପଣ କରାଯାଇଥିବା ବେଳେ ଏହା ମେକ୍ସିକୋର ଗୁଆଡାଲୁପ ଦ୍ବୀପ ପାର୍ଶ୍ବ ପ୍ରଶାନ୍ତ ମହାସାଗରରେ ଅବତରଣ କରିବ ।

ଚନ୍ଦ୍ରପୃଷ୍ଠରୁ ପୃଥିବୀ ଫେରୁଥିବା ଏହି ରକେଟ ଲାଟେଷ୍ଟ ଟେକ୍ନୋଲୋଜି ସ୍କିପ୍ ଏଣ୍ଟ୍ରି ଟେକନିକରେ ଲ୍ୟାଣ୍ଡ କରିବ । ଏହି ପ୍ରକ୍ରିୟାରେ ତିନୋଟି ପର୍ଯ୍ୟାୟ ରହିଛି । ପ୍ରଥମେ ଏହା ପୃଥିବୀ ବାୟୁମଣ୍ଡଳର ଉପରିଭାଗରେ ପ୍ରବେଶ କରିବ । ଏହାପରେ କ୍ୟାପସୁଲ ସାହାଯ୍ୟରେ ବାୟୁମଣ୍ଡଳ ବାହାରକୁ ଆସି ପୁଣି ପାରାଚ୍ୟୁଟ ଯୋଗେ ବାୟୁମଣ୍ଡଳରେ ପ୍ରବେଶ କରିବ । ସ୍କିପ ଏଣ୍ଟ୍ରି ବେଳେ ସ୍ପେସକ୍ରାଫ୍ଟ ଓ କ୍ରୁ ମଡ୍ୟୁଲ ଅଲଗା ହୋଇଯିବେ ।

ଆର୍ଟେମିସ-୧ ନାସା ମୁନ ମିସନର ଟେଷ୍ଟ ଫ୍ଲାଇଟ । ଆର୍ଟେମିସ-୨ରେ ମହାକାଶଚାରୀଙ୍କୁ ଚନ୍ଦ୍ରପୃଷ୍ଠକୁ ପଠାଇବାକୁ ନାସା ଯୋଜନା କରୁଛି । ଟେଷ୍ଟ ଫ୍ଲାଇଟର ଲ୍ୟାଣ୍ଡିଂ ପରେ ହିଁ ଆର୍ଟେମିସ-୨ର ପ୍ଲାନିଂ କରାଯିବ । ୨୦୨୪ ସୁଦ୍ଧା ଆର୍ଟେମିସ-୨ ଲଞ୍ଚ କରିବାକୁ ନାସା ଯୋଜନା କରୁଛି ।