ମୋଦି ମନ୍ତ୍ରିମଣ୍ଡଳରେ ସିନ୍ଧିଆ, ସୋନେୱାଲ, ସୁଶୀଲ ମୋଦି ସହ ୨୨ଜଣଙ୍କୁ ମିଳିପାରେ ସ୍ଥାନ
1 min readନୂଆଦିଲ୍ଲୀ: ଚଳିତ ସପ୍ତାହରେ ସମ୍ପ୍ରସାରିତ ହୋଇପାରେ ମୋଦିଙ୍କ ମନ୍ତ୍ରିମଣ୍ଡଳ । ସୂଚନା ଅନୁସାରେ, ୭ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ । ପିଏମ୍ ମୋଦି ନୂଆ ମନ୍ତ୍ରିମଣ୍ଡଳରେ ୧୭ରୁ ୨୨ ଜଣଙ୍କୁ ସାମିଲ୍ କରିପାରନ୍ତି । ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ଉପରେ ମୋଦି ଅଧିକ ଫୋକସ କରିପାରନ୍ତି । ଏଥିସହ ଆଞ୍ଚଳିକ ଦଳର ନେତାଙ୍କୁ ମନ୍ତ୍ରୀ ପରିଷଦରେ ସାମିଲ୍ କରି ଏନଡିଏକୁ ଶକ୍ତିଶାଳୀ କରିପାରନ୍ତି ।
କେଉଁ ରାଜ୍ୟରୁ କେତେ ଜଣ ସାମିଲ୍ ହୋଇପାରନ୍ତି…
ଉତ୍ତରପ୍ରଦେଶ
- ୩ ଜଣ ସାମିଲ୍ ହୋଇପାରନ୍ତି
- ଅପନା ଦଳରୁ ଅନୁପ୍ରିୟା ପଟେଲ୍
ବିହାର
- ଦୁଇରୁ ୩ ଜଣ ସାମିଲ୍ ହୋଇପାରନ୍ତି
- ବିଜେପି-ସୁଶୀଲ ମୋଦି
- ଜେଡିୟୁରୁ ଆରପି ସିଂହ
- ଏଲଜିପିରୁ ପଶୁପତି ପାରସ
ମଧ୍ୟପ୍ରଦେଶ
- ଜଣେରୁ ୨ ଜଣ ମନ୍ତ୍ରୀ ସାମିଲ୍ ହୋଇପାରନ୍ତି
- ଜ୍ୟୋତିରାଦିତ୍ୟ ସିନ୍ଧିଆ
- ରାକେଶ ସିଂହ
ମହାରାଷ୍ଟ୍ର
- ଜଣେରୁ ଦୁଇ ଜଣ ମନ୍ତ୍ରୀ ସାମିଲ୍ ହୋଇପାରନ୍ତି
- ନାରାୟଣ ରାଣେ
- ହିନା ଗାମ୍ବିତ
- ରଣଜିତ୍ ନାଇକ
ରାଜସ୍ଥାନରୁ ଜଣେ ମନ୍ତ୍ରୀ ସାମିଲ୍ ହୋଇପାରନ୍ତି
ଜମ୍ମୁ-କାଶ୍ମୀର ଓ ଲଦାଖରୁ ୨ ଜଣ ମନ୍ତ୍ରୀ ସାମିଲ୍ ହୋଇପାରନ୍ତି
ଆସାମରୁ ଜଣେ-ସୋନୋୱାଲ ସାମିଲ୍ ହୋଇପାରନ୍ତି
ପଶ୍ଚିମବଙ୍ଗ
- ୨ ଜଣ ସାମିଲ୍ ହୋଇପାରନ୍ତି
- ଶାନ୍ତନୁ ଠାକୁର
- ନିଶିଥ ପ୍ରମାଣିକ
ଓଡ଼ିଶାରୁ ଜଣେ ସାମିଲ୍ ହୋଇପାରନ୍ତି
କେନ୍ଦ୍ରର ମନ୍ତ୍ରିମଣ୍ଡଳ ଏବେ ୫୩ ସଦସ୍ୟ ବିଶିଷ୍ଟ ରହିଛି । ଏହା ୮୧ ସଦସ୍ୟ ବିଶିଷ୍ଟ ହୋଇପାରେ । ଅର୍ଥାତ୍ ପିଏମ୍ ମୋଦି ୨୮ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ନେଇପାରନ୍ତି ।