ନନ୍ଦିଘୋଷ ଟିଭି ପ୍ରଭାବ, YouTubeରୁ ହଟିଲା ଶ୍ରୀମନ୍ଦିର ଉପର ଓ ଚତୁଃପାର୍ଶ୍ୱ ଡ୍ରୋନ୍‌ ଭିଡିଓ

1 min read

ପୁରୀ :  ନନ୍ଦିଘୋଷ ଟିଭିର ମହାପ୍ରଭାବ । ଅଭିଯୋଗ ହେବା ପରେ ଅର୍ବାନ ରିଲାକ୍ସ ଭିଡିଓ ମେକର ଗ୍ରୁପ୍‌ ଡ୍ରୋନ୍ ଭିଡିଓକୁ ସୋସିଆଲ୍ ମିଡିଆରୁ ହଟାଇବାକୁ ବାଧ୍ୟ ହୋଇଛି । ନିଜର 4K ଅର୍ବାନ ଲାଇଫ ନାମକ ୟୁଟ୍ୟୁବ୍‌ ଚ୍ୟାନେଲରୁ ଶ୍ରୀମନ୍ଦିରର ‘ଡ୍ରୋନ’ ଭିଡିଓକୁ ହଟାଇ ଦିଆଯାଇଛି । ଗତ ମେ’ ୧୭ ତାରିଖରେ ଡ୍ରୋନ ଦ୍ୱାରା ଉତ୍ତୋଳିତ ଶ୍ରୀମନ୍ଦିରର ଚିତ୍ରକୁ ଅର୍ବାନ ରିଲାକ୍ସ କମ୍ପାନୀ ୟୁଟ୍ୟୁବ୍‌ରେ ଅପଲୋଡ କରିଥିଲା | ଏନେଇ ଜଣାପଡିବା ପରେ ନନ୍ଦିଘୋଷ ଟିଭି ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ ‘ଡ୍ରୋନ’ ।  ଗତ ୨୩ ତାରିଖରେ ଖବର ପ୍ରସାରଣ କରିବା ସହ ଘଟଣାକୁ ଲୋକଲୋଚନକୁ ଆଣାଯାଇଥିଲା । ଏହାପରେ ପୁରୀର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭଏସ ଅଫ କମନମ୍ୟାନ୍‌ ପକ୍ଷରୁ ୨୪ ତାରିଖରେ ଥାନାରେ ଏତଲା ଦିଆଯାଇଥିଲା | ଏତଲାକୁ ଭିତ୍ତି କରି ସିଂହଦ୍ୱାର ଥାନା ପକ୍ଷରୁ ଆରମ୍ଭ ହୋଇଥିଲା ଅନୁସନ୍ଧାନ | ଏ ସମ୍ବନ୍ଧରେ ୨୬ ତାରିଖରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲା ପୋଲିସ । ପୂର୍ବରୁ ବହୁବାର ଡ୍ରୋନ୍ ଉଡିଥିଲେ ବି ପ୍ରଥମ କରି ସଂପୃକ୍ତ ସଂସ୍ଥା ବିରୋଧରେ ମାମଲା ରୁଜୁ ହୋଇଥିଲା ।

ଏ ସମସ୍ତ ବିଷୟକୁ ନେଇ ଲଗାତାର ନନ୍ଦିଘୋଷ ଟିଭିରେ ଖବର ପ୍ରସାରିତ ହୋଇଥିଲା । ମାମଲା ରୁଜୁ ହେବାନେଇ ଜାଣିବା ପରେ ଅର୍ବାନ ରିଲାକ୍ସ ଭିଡିଓ ମେକର ଗ୍ରୁପ ମୁଣ୍ଡରେ ଚେତା ପଶିଥିଲା | ସଂସ୍ଥା ନିଜେ ଭୁଲ କରିଥିବା ହୃଦୟଙ୍ଗମ କରିବା ସହ ନିଜ ୟୁଟ୍ୟୁବ ସାଇଟରୁ ଭିଡିଓକୁ ହଟାଇଥିଲା |

Mail

ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର ସବୁବେଳେ ଥିବା ବେଳେ ଡ୍ରୋନ ଭିଡିଓ ଯେ କୌଣସି ଆତଙ୍କବାଦୀ ସଂସ୍ଥା ପାଇଁ ସହାୟକ ହୋଇପାରେ ବୋଲି ଅଭିଯୋଗ ହୋଇଥିଲା। ଏଭଳି ଭିଡିଓ ଅପଲୋଡ଼ କରିଥିବା ସଂସ୍ଥାକୁ ମେଲ ଯୋଗେ ମତାମତ ମଧ୍ୟ ମଗାଯାଇଥିଲା । ତେବେ ସେମାନେ କିଛି ଭୁଲ୍ କରିନଥିବା ପ୍ରଥମେ କହିଥିଲେ । ଏବେ ଅଭିଯୋଗ ଓ ମାମଲା ପରେ ଭିଡିଓକୁ ସୋସିଆଲ୍ ମିଡିଆରୁ ହଟାଇ ଦିଆଯାଇଛି । ')}

Leave a Reply