ନିସହାୟଙ୍କୁ ସାହାଯ୍ୟ ବାଣ୍ଟିଲା ନନ୍ଦିଘୋଷ, ଦିନମଜୁରିଆ, ଭିନ୍ନକ୍ଷମ ଏବଂ ଅସହାୟଙ୍କ ନିକଟରେ ପହଞ୍ଚାଇଲା ରାସନ୍‌

ଭୁବନେଶ୍ୱର: କରୋନା କାୟାରେ ଠପ୍‌ ଜନଜୀବନ । ଗାଁ ଠୁ ସହର ସବୁଠି ଖାଁ ଖାଁ । ସହରରେ ଲାଗିଛି ଲକଡ଼ାଉନ । କାମଧନ୍ଦା ବନ୍ଦ ସାଙ୍ଗକୁ ଘରଭିତରେ ଦିନ ମଜୁରିଆ ଓ ଫୁଟଫାତରେ ଅସହାୟ  । ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ କରୋନା ସମ୍ପର୍କରେ ଟିକିନିକି ଖବର ପରିବେଶଣ କରୁଛି ନନ୍ଦିଘୋଷ ଟିଭି । କରୋନା ସମ୍ପର୍କିତ ସଠିକ୍‌ ଖବର ପହଞ୍ଚାଇବା ପାଇଁ ପ୍ରତିଶତିବଦ୍ଧ ଥିବା ନନ୍ଦିଘୋଷ ଟିଭି ଏବେ ପହଞ୍ଚିଛି ଗରିବ ଖଟିଖିଆ, ଭିନ୍ନକ୍ଷମ ଏବଂ ଅସହାୟଙ୍କ ପାଖରେ ।

ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୪ର୍ଥ ଦିନରେ ପହଁଚିଛି । ମଙ୍ଗଲବାର ରାଜଧାନୀର ଚିନ୍ତାମଣୀଶ୍ୱର, ଶବରସାହି, ଚନ୍ଦାପୋଖରୀ ଓ କଳ୍ପନାଛକ ଅଞ୍ଚଳରେ ଘରେ ଘରେ ଫସି ରହିଥିବା ଦିନମଜୁରିଆ, ଭିନ୍ନକ୍ଷମ ଏବଂ ଅସହାୟଙ୍କ ନିକଟରେ ପହଞ୍ଚାଇଛି ରାସନ୍‌ । ଲକଡାଉନ ସମୟରେ ସାହାଯ୍ୟ ପାଇଁ ନନ୍ଦିଘୋଷ ଟିଭି ଏବଂ ଗଙ୍ଗାଧର ସାହୁ ଫାଉଣ୍ଡେସନ କୁ ମିଳିଛି ପ୍ରଶଂସାର ସୁଅ ।

କରୋନା ଆତଙ୍କ ପରେ ସବୁ ଖବର ଉପରେ ନଜର ରଖିଛି ନନ୍ଦିଘୋଷ ଟିଭି। ଲୋକଙ୍କ ସୁବିଧା ଅସୁବିଧା ଖବର ରାଜ୍ୟ ସରକାର ଏବଂ ପ୍ରଶାସନ ନିକଟରେ ପହଞ୍ଚାଇବା ସହ ଲୋକଙ୍କୁ ବେଶ ସଚେତନ କରୁଛି । ହେଲେ ପରିସ୍ଥିତି ବୁଝି ଲୋକଙ୍କୁ ସହାୟତାର ପରିକଳ୍ପନା କରିବା ବେଳେ ନନ୍ଦିଘୋଷ ଟିଭି ସହ ହାତ ମିଳାଇଥିଲା ଭୁବନେଶ୍ୱରର ଗଙ୍ଗାଧର ଫାଉଣ୍ଡେସନ୍‌ । ରନ୍ଧା ଖାଦ୍ୟ ନୁହେଁ ବଂର ଜରୁରୀ ରାସନ୍‌ ଭୋକିଲାଙ୍କ ପାଖରେ ପହଞ୍ଚା ଯାଇଛି । ଚ୍ୟାନେଲର ଜିଏମ ମାର୍କେଟିଂ ସୁବ୍ରତ ଦାସ ଓ କର୍ମକର୍ତ୍ତାଙ୍କ ସହ କିଛି ଜନ ପ୍ରତିନିଧି ସାମିଲ ହୋଇ ରାଜଧାନୀର ବିଭନ୍ନ ବସ୍ତିରେ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି ।

ସାଧାରଣ ଗରିବଙ୍କ ସବୁ ଦୁଃଖକୁ ଦୂର କରି ନପାରିଲେ ସୁଦ୍ଧା ତାଙ୍କ ପେଟର ଭୋକକୁ କିଛି ମାତ୍ରାରେ ଅଟକାଇ ପାରିଛି ନନ୍ଦିଘୋଷ ଟିଭି ଓ ଗଙ୍ଗାଧର ସାହୁ ଫାଉଣ୍ଡେସନ ।

Leave a Reply