କରୋନାରେ ଚାଲିଗଲେ ଫୁଟବଲ୍ କୋଚ୍ ନନ୍ଦକିଶୋର

ଭୁବନେଶ୍ୱର: ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ । କରୋନାରେ ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ ଦେହାନ୍ତ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଗତକାଲି ବିଳମ୍ବିତ ରାତିରେ ନନ୍ଦକିଶୋର ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି । ସେ ଓଡ଼ିଶା ମହିଳା ଫୁଟବଲ ଜଗତର ସ୍ରଷ୍ଟା ଥିଲେ । ସେ ଅନେକ ଅନ୍ତର୍ଜାତୀୟ ମହିଳା ଫୁଟବଲ ଖେଳାଳିଙ୍କୁ ତିଆରି କରିଛନ୍ତି । ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ସସ୍ମିତା ମାଲିକ, ଜବାମଣି ଟୁଡୁଙ୍କ ଭଳି ଅନେକ ଖେଳାଳିଙ୍କ ସେ କୋଚିଂ ଦେଇ ଅନ୍ତର୍ଜାତୀୟ ଷ୍ଟାର କରିଥିଲେ ।

ଏଥିସହିତ ପଢ଼ନ୍ତୁ: କୋଭିଡ୍ କେୟାର ସେଣ୍ଟର ପାଇଁ ଖିମଜୀ ଫାଉଣ୍ଡେସନ୍ ତରଫରୁ ୬୦ଟି ଶଯ୍ୟା ପ୍ରଦାନ

Leave a Reply