ନବ ଦାସ ହତ୍ୟା ମାମଲା; ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସ ଗିରଫ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲା । ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସ ଗିରଫ । ଗିରଫ ନେଇ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ଗୋପାଳକୃଷ୍ଣ ନବ ଦାସଙ୍କ ପିଏସଓ ନଥିବା ସ୍ପଷ୍ଟ କଲେ ବୋଥ୍ରା । ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ । ଏହା ପୂର୍ବରୁ ଗୋପାଳ କୃଷ୍ଣଙ୍କ ପତ୍ନୀ କହିଥିଲେ ଯେ ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା । ଅନେକ ସମୟରେ ସେ ଘରକୁ ଆସୁନଥିଲେ । ତେବେ କେଉଁ କାରଣ ପାଇଁ ସେ ନବ ଦାସଙ୍କୁ ଗୁଳି କରି ହତ୍ୟା କଲେ ସେନେଇ ଅଧିକ ଛାନ୍ ଭିନ୍ କରୁଛି କ୍ରାଇମବ୍ରାଞ୍ଚ ।

ସୂଚନାଯୋଗ୍ୟ ଗତକାଲି ଏକ ସଭାରେ ଯୋଗ ଦେବାକୁ ଯିବା ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିଲା । ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ବେଳେ ଟ୍ରାଫିକ କାର୍ଯ୍ୟରେ ନିୟୋଜିତ ଥିବା ଏଏସଆଇ ଗୋପାଳ କୃଷ୍ଣ ତାଙ୍କ ନିକଟକୁ ଚାଲି ଯାଇଥିଲେ । ସେ ତାଙ୍କ ସର୍ଭିସ ରିଭଲଭରରୁ ଅତି ନିକଟରୁ ନବ ଦାସଙ୍କୁ ଫାୟାରିଂ କରିଥିଲେ । ଗତକାଲି ଦିନ ୧୨ଟା ୧୫ରେ ନବକିଶୋରଙ୍କୁ ସର୍ଭିସ ପିସ୍ତଲରୁ ଅତି ନିକଟରୁ ଗୁଳିମାଡ଼ କରିଥିଲା ।

ଗୁଳି ନବକିଶୋର ଦାସଙ୍କ ଛାତିରେ ବାଜିବା ପରେ ସେ ପଡ଼ି ଯାଇଥିଲେ । ଗୁଳିମାଡ଼ ପରେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଗୋପାଳକୃଷ୍ଣକୁ କାବୁ କରିଥିଲେ ପୋଲିସ ଅଧିକାରୀ। ସେହି ସମୟରେ ଆଉ ୨ରାଉଣ୍ଡ ଗୁଳି ଚଳାଇଥିଲା ଗୋପାଳ। ଦ୍ବିତୀୟ ଥର ଗୁଳିମାଡ଼ ବେଳେ ଆଇଆଇସି ପ୍ରମୋଦ ସ୍ବାଇଁଙ୍କ ଆଙ୍ଗୁଳିରେ ଗୁଳି ବାଜିଥିଲା ।