ବିଜେପିରୁ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ଇସ୍ତଫା

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେଲେ  ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ।  ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇଥିଲେ ମନ୍ମଥ  । ପଞ୍ଚାୟତ ନିର୍ବାଚନ ସମୟରେ ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି  । ବହୁ ଦିନ ଧରି ବିଜେପିରେ ରହିଥିଲେ ମନ୍ମଥ  ।  ଆଠଗଡରେ ମନ୍ମଥ ମିଶ୍ର ସଂଗଠନ କରିଥିବା ସ୍ୱତେ ତାଙ୍କୁ ଦଳ ତରଫରୁ ଟିକେଟ ଦିଆଯାଇନଥିଲା  ।

ତେବେ ବିଜେପିରୁ ଇସ୍ତଫା ନେଇ ମନ୍ମଥ କହିଛନ୍ତି, ମୁଁ ଯୋଗ ଦେଇନଥିଲି  । ଦଳ ମୋତେ ନିମନ୍ତ୍ରଣ କରିଥିଲା  । ଏହା ପରେ ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ସହ ସିଧାସଳଖ ଭାବେ ଯୋଡ଼ି ହୋଇଥିଲି  । ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ଟିକେଟ ଦେବା ନେଇ ମନ୍ମଥ ମିଶ୍ରଙ୍କୁ ପ୍ରତିଶ୍ରୁତି ଦେଇଥିଲା ବିଜେପି  । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ବାଦ ଦିଆଯାଇଥିଲା  ।

ନିଜ ସଙ୍ଗୀତ ପ୍ରତି ସମୟର ଅଭାବର ରହୁଛି, ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସଙ୍ଗୀତକୁ ଯଥେଷ୍ଟ ସମୟ  ଦେବା ପାଇଁ ସେ ଦଳ ତ୍ୟାଗ କରିଛନ୍ତି  । ଦଳରେ ରହି ଦଳକୁ ସମୟ ଦେଇ ପାରୁନଥିଲେ  । ତେଣୁ ଇସ୍ତଫା ଦେବାକୁ ସେ ଉଚିତ ମଣିଥିବା ପ୍ରକାଶ କରିଛନ୍ତି  । ଏକଥା ମଧ୍ୟ କହିଛନ୍ତି, ଦଳ ତାଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଅନ୍ୟ ଜଣଙ୍କୁ ଟିକେଟ ମିଳିଲା  ।

Leave a Reply