ଚୋରା ପଥରଖଣି କାରବାର ନେଇ ଯୁବକଙ୍କୁ ନିର୍ମମ ହତ୍ୟାକାଣ୍ଡ

ଢେଙ୍କାନାଳ: ସଦରଥାନା ଅନ୍ତର୍ଗତ ବଳଦିଆବନ୍ଧ ଆଇ ହସ୍ପିଟାଲ ନିକଟରେ ଯୁବକଙ୍କୁ ନିର୍ମମ ହତ୍ୟା । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ବଳଦିଆବନ୍ଧର ମିଥୁନ ଜେନା । ଧାରୁଆ ଅସ୍ତ୍ରରେ ମିଥୁନଙ୍କ ମୁଣ୍ଡ ଓ ବେକକୁ ବାରମ୍ବାର ଆକ୍ରମଣ କରାଯାଇଛି । ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ, ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚୋରା ପଥରଖଣି କାରବାର ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ସଂନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି । ଚୋରା ପଥରଖଣି କାରବାର ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଇଥିବାବେଳେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଇଥିବା ଜଣାପଡ଼ିଛି ।