ମୁମ୍ୱାଇରେ ଭୁଶୁଡ଼ିଲା ୪ମହଲା ବିଶିଷ୍ଟ କୋଠା;ଜଣେ ମୃତ

ମୁମ୍ବାଇ: ମୁମ୍ୱାଇରେ ଭୁଶୁଡ଼ିଲା ୪ ମହଲା କୋଠା । ୧୨ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ବି ୨୦ରୁ ୨୫ ଜଣ ଫସି ରହିଥିବା ସୂଚନା ରହିଛି । ସୋମବାର ବିଳମ୍ବିତ ରାତିରେ କୁର୍ଲାର ନାଏକ ନଗର ସୋସାଇଟିରେ ଥିବା ଏକ ୪ମହଲା ବିଶିଷ୍ଟ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା । ପୋଲିସ, ବିଏମସି କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଘଟଣାସ୍ଥଳରେ ପହଞ୍ଚିଛନ୍ତି ମନ୍ତ୍ରୀ ଆଦିତ୍ୟ ଠାକରେ । ଭୁଶୁଡ଼ି ପଡ଼ିଥିବା କୋଠାକୁ ବିପଦସଂକୁଳ ଦର୍ଶାଯାଇ ଏହାକୁ ଭାଙ୍ଗିବାକୁ ବିଏମସି ପକ୍ଷରୁ ୨୦୧୩ରୁ ନୋଟିସ ଜାରି କରାଯାଇଥିଲା । ବିଏମସି ନୋଟିସକୁ ବେଖାତିର କରି ଲୋକମାନେ ଏଠାରେ ରହୁଥିଲେ ବୋଲି ବ୍ରିହାନ ମୁମ୍ବାଇ କର୍ପୋରେସନ ପକ୍ଷରୁ କୁହାଯାଇଛି । ।

ସୋମବାର ରାତିରେ ନାଇକ୍ ନଗରରେ ଘଟଣା ଘଟିଥିବା ବେଳେ କୋଠାର ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରାୟ ୨୦ରୁ ୨୫ ଜଣ ଲୋକ ମାଟି ତଳେ ଚାପି ହୋଇଥିବା ସନ୍ଦେହ କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ରାଜଧାନୀ ଉପକଣ୍ଠରେ ବଡ଼ ଧରଣର ଡକାୟତି, ଲୁଟିନେଲେ ଅଧାକିଲୋ ସୁନା ଓ ୧୨ ଲକ୍ଷ ଟଙ୍କା