ବିଜେପିକୁ ବଡ଼ ଝଟକା, ୪ ବର୍ଷ ପରେ ମୁକୁଲ ରୟ ଘରକୁ ଫେରିବା ସମ୍ଭାବନା

Mukul Roy, BJP's First Trinamool Import, Set For Homecoming

କୋଲକାତା: ମୁକୁଲ ରୟଙ୍କୁ ହରାଇବ ପଶ୍ଚିମବଙ୍ଗ ବିଜେପି । ନିର୍ବାଚନ ପରେ ପ୍ରଥମଥର ପାଇଁ କେହି ବିଜେପି ଛାଡ଼ି ମମତାଙ୍କ ତୃଣମୂଳ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁକୁଲ ରୟ ବିଜେପିରେ ଯୋଗ ଦେଇଥିଲେ । ଏବେ ସେ ୪ ବର୍ଷ ପରେ ଘରକୁ ଫେରିବା ମାନେ ଟିଏମସିରେ ଯୋଗଦେବେ ବୋଲି ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ମୁକୁଲ ରୟ ଟିଏମସିରେ ଯୋଗଦେବେ ବୋଲି ଜଣାପଡ଼ିଛି । ୨୦୧୭ରେ ମୁକୁଲ ରୟ ବିଜେପିରେ ଯୋଗ ଦେଇଥିଲେ । ଦଳରେ ନିର୍ବାଚନ ବେଳେ ତାଙ୍କୁ ଉପେକ୍ଷା କରାଯାଇଥିବା କହିଛନ୍ତି ମୁକୁଲ ରୟ । ମୁକୁଲ ରୟ ଦଳ ବିରୋଧରେ ବିଷୋଦଗାର୍ କରି ଟିଏମସି ଯୋଗଦେବାକୁ ଯାଉଥିବା ବେଳେ ଏହା ବିଜେପିକୁ ମହଙ୍ଗା ପଡ଼ିବ ବୋଲି କହିଛନ୍ତି ରାଜନୀତିକ ସମୀକ୍ଷକ ।

୬ ବର୍ଷ ତଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଟିଏମସି ମୁକୁଲ ରୟଙ୍କୁ ଦଳରୁ ବାହାର କରି ଦିଆଯାଇଥିଲା । ଯଦିଓ ମମତାଙ୍କ ପରେ ଟିଏମସିରେ ମୁକୁଲଙ୍କୁ ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ଗଣାଯାଉଥିଲା, ତଥାପି ସେ ବିଜେପିରେ ଯୋଗଦେବା ପରେ ଟିଏମସି ଉପରେ ସେତେଟା ପ୍ରଭାବ ପଡ଼ି ନଥିଲା । ୧୯୯୮ରୁ ରାଜନୀତି କରୁଥିବା ମୁକୁଲ ରୟଙ୍କ ନାମ ନାରଦା ଷ୍ଟିଙ୍ଗ୍ କେସରେ ବି ରହିଛି ।

Leave a Reply