ମୁକ୍ତା ଯୋଜନାରେ ସୌନ୍ଦର୍ଯ୍ୟକରଣ ଏବଂ ରୂପାନ୍ତରଣ, ବଦଳୁଛି ସ୍ମାର୍ଟସିଟି ଚିତ୍ର

1 min read

ଭୁବନେଶ୍ବର: ସ୍ବଚ୍ଛ ସର୍ବେକ୍ଷଣ-ଜାତୀୟସ୍ତରରେ ଭୁବନେଶ୍ବରକୁ ଶିର୍ଷ ସ୍ଥାନରେ ପହଞ୍ଚାଇବା ଲକ୍ଷ୍ୟରେ ତ୍ବରାନ୍ବିତ ହୋଇଛି ଭୁବନେଶ୍ବର ଫାଷ୍ଟ ଅଭିଯାନ । ମୁକ୍ତା ଯୋଜନାରେ ସହରର ଜବରଦଖଲ ମୁକ୍ତ ଅଞ୍ଚଳର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନେଇଛି ବିଏମସି । ପ୍ଳେସ୍ ମ୍ୟାକିଙ୍ଗ ମ୍ୟାଜିକରେ ଆକର୍ଷଣ ସାଜିଛି ମାଷ୍ଟର କ୍ୟାଣ୍ଟିନ ଆଇ ଲଭ ଭୁବନେଶ୍ବର ପିଏଣ୍ଟ । ସନ୍ଧ୍ୟା ହେଲେ ଫଟୋ ଉଠାଇବାକୁ ଭୁବନେଶ୍ବର ବାସିନ୍ଦାଙ୍କ ଲାଗୁଛି ଭିଡ । ଆଗାମୀ ଦିନରେ ଏକାଧିକ ସ୍ଥାନକୁ ଚିହ୍ନଟ କରି ସୌନ୍ଦର୍ଯ୍ୟ କରଣ କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।

ସ୍ବଚ୍ଛ, ସବୁଜ ଓ ସୌନ୍ଦର୍ଯ୍ୟକରଣ । କିଟ୍ କିଟ୍ ଅନ୍ଧାରକୁ ଚିରି ରଙ୍ଗୀନ ହେଉଛି ଭୁବନେଶ୍ବର । ପ୍ଳେସ ମେକିଙ୍ଗ ମ୍ୟାଜିକରେ ଆଇ ଲଭ ଭୁବନେଶ୍ବର ପଏଣ୍ଟ । ବ୍ଳାକ୍ କାନଭାସରେ ଭାଇବ୍ରାଣ୍ଟ ହେଉଛି ମାଷ୍ଟର କ୍ୟାଣ୍ଟିନ । ମୁକ୍ତା ଯୋଜନାରେ ସୌନ୍ଦର୍ଯ୍ୟକରଣ ରୂପାନ୍ତରଣ । ଗ୍ରୀନ ୱାଲ ସାଙ୍ଗକୁ ୱାଟର ସ୍ପ୍ରିଙ୍ଗ ସାଜିଛି ଆକର୍ଷଣ ।ଦିନ ଥିଲା ସଞ୍ଜ ନଇଁଲେ ଜମୁଥିଲା ଆଡ୍ଡା । ଅଳିଆ ଓ ଆବଜର୍ନାରେ ପରିପୂର୍ଣ୍ଣ ଥିଲା ଏ ଅଞ୍ଚଳ । ହେଲେ ଏବେ ଚିତ୍ର ବଦଳଛି ।

ସଞ୍ଜ ନଇଁଲେ ଆଇ ଲଭ ଭୁବନେଶ୍ବର ପଏଣ୍ଟରେ ଭିଡ ଜମୁଛି । କିଏ ସେଲଫି ନେଉଛି ତ, ଆଉ କିଏ ରିଲ୍ସ କରୁଛି । କିଏ ଗ୍ରୀନ ୱାଲ କଡରେ ଫଟୋ ପୋଜ ଦେଉଛି କିଏ ୱାଟର ଫାଉନଣ୍ଡେସନ ପାଖରେ ଛିଡା ହୋଇଛି । ଭୁବନେଶ୍ବର ରେଳ ଷ୍ଟେସନ ହେଉ ଅବା ଯିଏ ବି ରାସ୍ତା ଦେଇ ଯାଉଛି କିଛି ସମୟ ଅଟକି ଯାଉଛି । ଆଇ ଲଭ ଭୁବନେଶ୍ବର ପଏଣ୍ଟର ମ୍ୟାଜିକକୁ ମେମୋରି ଲେନରେ ସାଇତି ରଖିବାକୁ ନିଜ ମୋବାଇଲରେ କଏଦ କରୁଛନ୍ତି । ଆଉ ଦିନ ଯାକର ପରିଶ୍ରମ କରି ଥକ୍କା ମାରିବାକୁ ରିଙ୍ଗୀନ ସନ୍ଧ୍ୟାରେ ବସୁଛନ୍ତି । ବିଏମସି କମିଶନର ନିଜେ ବୁଲି ଦେଖିବା ସହିତ ନିଜ ମୋବାଇଲରେ ଫଟୋ କଏଦ କରିଛନ୍ତି ।

ସ୍ବଚ୍ଛସର୍ବେକ୍ଷଣରେ ସ୍ବାର୍ଟସିଟି ଭୁବନେଶ୍ବରକୁ ଶିର୍ଷରେ ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଭୁବନେଶ୍ବର ଫାଷ୍ଟ ଅଭିଯାନ । ସଚିବାଳୟମାର୍ଗ, କଳ୍ପନା, ଜୟଦେବ ବିହାର, ଆଚାର୍ଯ୍ୟବିହାର ଓ ଚନ୍ଦ୍ରଶେଖପୁର ଆଦି ବିଭିନ୍ନ ଇଲାକାରେ ପ୍ଲେସ ମେକିଂ ଜରିଆରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନେଇଛି ବିଏମସସି । ଭୁବନେଶ୍ବରରେ ଓ୍ବାର୍ଡଓ୍ବାରୀ ଅଧିକ ୫୦ଟି ସ୍ଥାନରେ ଏହାକୁ ତ୍ବରାନ୍ବିତ କରାଯିବ । ତେବେ ଏହି ସମସ୍ତ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ରେ ବିକାଶ କରାଯାଉଛି ବୋଲି କହିଛନ୍ତି ବିଏମସି କମିଶନର।