ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେ ଆଫଗାନିସ୍ତାନ ଷ୍ଟାର ସ୍ପିନର ମୁଜିବ !

1 min read

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଭାରତ ସେମିଫାଇନାଲ ଯିବ କି ନାହିଁ ତାହା ଆଫଗାନିସ୍ତାନ ଉପରେ ନିର୍ଭର । ଆଜି ଯଦି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରେ ତେବେ ଭାରତ ସେମିଫାଇନାଲକୁ ଯାଇପାରିବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚରେ ଭାରତ ଶୋଚନୀୟ ପରାଜୟ ପରେ ଅଡୁଆରେ ପଡ଼ିଥିଲା ଟିମ୍ ଇଣ୍ଡିଆ । କିନ୍ତୁ ଏହା ପରେ ଲଗାତାର ଭାବରେ ଦୁଇଟି ମ୍ୟାଚରେ ଦମଦାର କମବ୍ୟାକ କରିଥିଲା ବିରାଟ ବ୍ରିଗେଡ । ତୃତୀୟ ମ୍ୟାଚରେ ଆଫଗାନିସ୍ତାନ ଓ  ଚତୁର୍ଥ ମ୍ୟାଚରେ ସ୍କଟଲାଣ୍ଡକୁ ପରାସ୍ତ କରି ସେମିଫାଇନାଲ  ଯିବା ପାଇଁ ପୁଣି ରେସରେ ରହିଛି ଟିମ୍ ଇଣ୍ଡିଆ । ତେବେ ଭାରତ ସେମିଫାଇନାଲକୁ ଯିବା ପାଇଁ ହେଲେ ଆଜି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡକୁ ପରାଜୟ କରିବାକୁ ପଡ଼ିବ । ତେବେ ଏହି ମ୍ୟାଚ ଉପରେ ପ୍ରତ୍ୟେକ ଭାରତୀୟଙ୍କ ନଜର ରହିବ ।

ତେବେ ଏହି ବଡ଼ ମ୍ୟାଚ ପୂର୍ବରୁ ଭାରତକୁ  ମିଳୁଛି ଏକ ଖୁସି ଖବର । ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମ୍ୟାଚ ପୂର୍ବରୁ ଆଫଗାନିସ୍ତାନର ଷ୍ଟାର ସ୍ପିନ୍ନର ମୁଜିବ ଉର ରେହମାନ ଫିଟ୍ ହୋଇଛନ୍ତି । ଆହାତ କାରଣରୁ ଭାରତ ବିପକ୍ଷ ମ୍ୟାଚରେ ଖେଳିନଥିଲେ ମୁଜିବ । କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ମୁଜିବ ଜିମରେ ଅଭ୍ୟାସ କରୁଥିବା ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହାକୁ ଦେଖି ଆଶା କରାଯାଉଛି କି ମୁଜିବ ଆଜି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଖେଳିବେ । ଚଳିତ ଟି-୨୦ ବିଶ୍ବକପରେ ମୁଜିବ ଦୁଇଟି ମ୍ୟାଚ ଖେଳି ୬ଟି ଓ୍ବିକେଟ ଅକ୍ତିଆର କରିଥିଲେ । ସେଥିମଧ୍ୟରୁ ସ୍କଟଲାଣ୍ଡ ବିପକ୍ଷରେ ୨୦ ରନ ଦେଇ ୫ ଓ୍ବିକେଟ ଅକ୍ତିଆର କରିଥିଲେ । ଯଦି ମୁଜିବଙ୍କ ଟି-୨୦ କ୍ୟାରିୟର କଥା ଦେଖିବା ତାହାଲେ  ସେ ଟି-୨୦ ଅନ୍ତର୍ଜାତୀୟରେ ଦମଦାର ପ୍ରଦର୍ଶନ କରିଛନ୍ତି । ସେ ଏପର୍ଯ୍ୟନ୍ତ ୨୧ଟି ମ୍ୟାଚ ଖେଳିଥିବା ବେଳେ ୩୧ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ତେଣୁ ଯଦି ମୁଜିବ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳିବେ ତେବେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନଙ୍କୁ ଅଡୁଆରେ ପକାଇ ପାରିବେ ।

Leave a Reply