ମୁଖ୍ୟମନ୍ତ୍ରୀ ଓ ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ମାନସ ମଙ୍ଗରାଜ

1 min read

ଭୁବନେଶ୍ବର: ଅତାବିରା ଓ ହିନ୍ଦୋଳ NAC ନିର୍ବାଚନ ଫଳାଫଳରେ ବିଜେଡିର ବାଜିମାତ ପରେ ଖୁସି ପ୍ରକାଶ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ଭୋଟରଙ୍କ ଠୁ ଦଳୀୟ କର୍ମୀଙ୍କ ଯାଏଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ସାଢେ ୪ କୋଟି ଓଡିଆ ନବୀନଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି  ।

ସେହିପରି ଜାପାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ବିଜନେସ ସମିଟ୍ ମିଟ୍ ଅବସରରେ ନିପ୍ପନ ଷ୍ଟିଲ ଅଧ୍ୟକ୍ଷଙ୍କ ସହ ଆଲୋଚନା ହୋଇଛି । ଓଡ଼ିଶାରେ ହେବ ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ । ଏହା ବହୁତ ଖୁସିର ଖବର ବୋଲି କହିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ ।

ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ହେବ ଷ୍ଟିଲ ହବ୍‌ । ଯାହାଦ୍ବାରା ୫ଟି ଜିଲ୍ଲାବାସୀ ଉପକୃତ ହେବେ । ଶିଳ୍ପ କ୍ଷେତ୍ରରେ ରାଜ୍ୟ ବହୁ ଅଗ୍ରଗତି କରିଥିବା ବେଳେ, ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି କହିଛନ୍ତି ମାନସ ମଙ୍ଗରାଜ ।