ଛ’ ମାସର ଝିଅକୁ ଫେରି ପାଇଲା ମା’,ଅଲଗା କରିଥିଲେ ଶାଶୁଘର ଲୋକ

ମୟୂରଭଞ୍ଜ: ଥାନାରେ ମାମଲା ପରେ ଶିଶୁକନ୍ୟାକୁ ଫେରି ପାଇଲା ମା । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନାରେ ଏକ ମାମଲାକୁ ଭିତ୍ତିକରି ବାରିପଦା ଟାଉନଥାନା ପୋଲିସ ରଘୁନାଥପୁର ଅଞ୍ଚଳରୁ ଏକ ଛଅ ମାସର ଶିଶୁକନ୍ୟାକୁ ଉଦ୍ଧାର କରି ମାକୁ ହସ୍ତାନ୍ତର କରିଛି । ରାଇରଙ୍ଗପୁର ସହରର ଝିଅ ମୌସୁମୀ ଡୋଗ୍ରା ବାରିପଦାର ରଘୁନାଥପୁର ଅଞ୍ଚଳର ସୁବ୍ରତ ରାଉତଙ୍କୁ ୨୦୧୯ରେ ବିବାହ କରିଥିଲେ । ତାଙ୍କର ଛଅ ମାସର ଏକ ଶିଶୁକନ୍ୟା ଅଛି । ମାତ୍ର ଶିଶୁକନ୍ୟାଟି ୧୧ ଦିନର ହୋଇଥିବା ବେଳେ ଶାଶୁଘର ଲୋକେ ମୌସୂମୀ ଉପରେ ନିର୍ଯାତନା ଦେଇଥିଲେ । ପରେ ମୌସୁମୀଙ୍କୁ ତାଙ୍କ ବାପଘରକୁ ପଠାଇ ପିଲାଟିକୁ ଛଡାଇ ରଖିଥିଲେ । ଏ ସମ୍ପର୍କରେ ରାଇରଙ୍ଗପୁର ଟାଉନଥାନାରେ ମାମଲା ରୁଜୁ ହେବାପରେ ପୋଲିସ ସୌସୁମୀଙ୍କ ସ୍ଵାମୀ ଏବଂ ତାଙ୍କ ବାପାଙ୍କୁ ଅଟକ ରଖିବା ସହ ଶିଶୁକନ୍ୟାକୁ ମାଆକୁ ହସ୍ତାନ୍ତର କରିଛି ।

Leave a Reply